ଅନ୍ୟାନ୍ୟ

ଜବତ ୩୧୪୮ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟକଲା ପାଟପୁର ପୋଲିସ

ବ୍ରହ୍ମପୁର, ୧୩ /୧୦/୨୦୨୨-  ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ପକ୍ଷରୁ ବିଗତ ଦିନରେ ଚଢାଉ କରି ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ନିକଟ ଖପରାବାଡ଼ ଗ୍ରାମରେ ଚୋରା ଚାଲାଣ ପାଇଁ ମହଜୁଦ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରାଯାଇଥିଲା । ବୁଧବାର ଉକ୍ତ ଜବତ ଗଞ୍ଜେଇକୁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧାରା ଵଳରେ ନଷ୍ଟ କରାଯାଇଅଛି । ବିଭାଗୀୟ ଅନୁମତି ଏବଂ କୋର୍ଟଙ୍କ ଆଦେଶ ପ୍ରକାରେ ପୋଲିସ ପଦାଧିକାରୀଙ୍କ ସହ ଅବକାରୀ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଜବତ ହୋଇଥିବା ୩୧୪୮ କିଲୋଗ୍ରାମ ଗଞ୍ଜେଇକୁ ଶେରଗଡ଼ ସରକାରୀ ସ୍ବୀକୃତି ପ୍ରାପ୍ତ ଚିମିନୀରେ ପୋଡ଼ି ନଷ୍ଟ କରାଯାଇଅଛି ।

ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଶେରଗଡ଼ ଥାନା ପରିସରରେ ଡ୍ରଗ ଡିସପୋଜାଲ ଟିମ୍ ଅଧକ୍ଷ ତଥା ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇଙ୍କ ଉପସ୍ଥିତିରେ କମିଟିର ସମସ୍ତ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ ଉପସ୍ଥିତିରେ ଗଞ୍ଜେଇ ନଷ୍ଟ କରାଯାଇଛି । ଗଞ୍ଜାମ ଏସପି ବ୍ରିଜେଶ ରୟ ,ଏସଟିଏଫ ଏସ ପି କିଶୋର କୁମାର ପାଣିଗ୍ରାହୀ, ଜିଲ୍ଲା ଅବକାରୀ ଏସ.ପି ମମେନ୍ଦ୍ର ନାରାୟଣ ନାଥ, ଆସିକାଏସଡିପିଓ ଉମା ଶଙ୍କର ସିଂ, ଡିଏସପି ସୁଜିତ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ବିଶ୍ବମ୍ବର ରଥ , ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ, ଶେରଗଡ଼ ଆଇଆଇସି ମନୋଜ ପ୍ରଧାନଙ୍କ ଉପସ୍ଥିତରେ ଗଞ୍ଜେଇକୁ ଅଧିକୃତ ଚିମିନିରେ ପୋଡି ନଷ୍ଟ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com