ଅନ୍ୟାନ୍ୟ

ବିଜେପିକୁ ଭୋଟ୍ ଦେବାରୁ ମହିଳାଙ୍କୁ ଦଣ୍ଡ : ତ୍ରିପଲ ତଲାକ ଧମକ ଦେଇ ମାଡ ମାରିଲା ସ୍ୱାମୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । କିନ୍ତୁ ଏହାର ପ୍ରଭାବ ଅନେକଙ୍କ ପରିବାର ଉପରେ ପଡିଛି ।ବରେଲୀରେ ଏକ ମୁସଲିମ ମହିଳାଙ୍କୁ ନିଜ ପତି ତ୍ରିପଲ ତଲାକ ଦେବା ପାଇଁ ଧମକ ଦେଇଛନ୍ତି । ସେ ବିଜେପିକୁ ଭୋଟ ଦେଇଥିବାରୁ ତାଙ୍କୁ ପତି ତ୍ରିପଲ ତଲାକ ଧମକ ଦେଇଥିବା ଜଣାପଡିଛି । ଏନେଇ ମହିଳାଜଣଙ୍କ ଅଭିଯୋଗ କରିବା ସହ କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭୀଙ୍କ ଉଭଣୀ ଫରହତ ନକଭୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ବରେଲୀରେ ରହୁଥିବା ନଜମା ଉଲମା କହିଛନ୍ତି ଯେ, ସେ ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ୍ ଦେଇଥିଲେ । ତେଣୁ ତାଙ୍କ ପତି ତ୍ରିପଲ ତଲାକ ଧମକ ଦେଇ ମାଡ ମାରିଥିଲେ । ଏପରିକି ଘରୁ ବାହାର କରିଦେଇଥିଲେ । ଆହୁରି ଅନେକ ମୁସଲିମ ମହିଳା ବିଜେପିକୁ ଭୋଟ୍ ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମୁସଲିମ ମହିଳାମାନେ ବିଜେପିକୁ ଭୋଟ୍ ଦେବାର ଅନେକ କାରଣ ରହିଛି । କାରଣ ବିଜେପି ସରକାର ତ୍ରିପଲ ତଲାକ ବିରୋଧରେ ଆଇନ ଆଣିଛନ୍ତି ।
ପ୍ରେମ ବିବାହ କରିଥିଲେ ନଜମା
ବରେଲୀର ଏଜାଜ ନଗରରେ ରହୁଥିବା ଗୋଟିୟା ନିବାସୀ ତାହିର ଅନସାରୀଙ୍କ ଝିଅ ନଜମା । ସେ ତସଲୀମଙ୍କୁ ପରିବାରର ଇଚ୍ଛା ବିରୋଧରେ ବିବାହ କରିଥିଲେ । ୨୦୨୧ରେ ଉଭୟଙ୍କ ବିବାହ ହୋଇଥିଲା । ତେବେ ତସଲୀମ ସମାଜବାଦୀର କାର୍ଯ୍ୟକର୍ତ୍ତା ବୋଲି ନଜମା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com