ଅନ୍ୟାନ୍ୟ

Hero Morocorp ଚେୟାରମ୍ୟାନ ପବନ ମୁଞ୍ଜଲଙ୍କ ଦପ୍ତରରେ ଆଇଟି ରେଡ୍

ନୂଆଦିଲ୍ଲୀ: ହୀରୋ ମୋଟୋକର୍ପର ଅଧ୍ୟକ୍ଷ ପବନ ମୁଞ୍ଜଲଙ୍କ ଅଫିସରରେ ଆଇଟି ରେଡ୍ କରାଯାଇଛି । ପବନଙ୍କ ବାସଭବନ ଓ ଗୁରଗାଓଁସ୍ଥିତ ଅଫିସରରେ ସକାଳୁ ସର୍ଚ୍ଚ ଅପରେସନ କରାଯାଇଛି । ଅର୍ଥ ହେରଫେରକୁ ନେଇ ତାଙ୍କ ନାମରେ ଅଭିଯୋଗ ରହିଥିଲା । ଏହାକୁ ନେଇ ଆୟକର ବିଭାଗ ବିଭାଗ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।
ଏହି ମାମଲାରେ ହୀରୋ ମୋଟୋକର୍ପ କି ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏହି ରେଡ୍ ଖବର ଆସିବା ପରେ ଅଚାନକ ହୀରୋ ମୋଟୋକର୍ପର ଶେୟାର ତଳକୁ ଖସିଯାଇଛି । ଏହାପୂର୍ବରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ରେ ମୋଟୋକର୍ପ ଶେୟାର ଫାଇଦାରେ ରହି ଟ୍ରେଡ କରୁଥିଲା । ସକାଳ ୧୦.୩୦ ସୁଦ୍ଧା କମ୍ପାନୀର ଶେୟାର ୨ ପ୍ରତିଶତ ହ୍ରାସ ପାଇଥିଲା ।
ବର୍ତ୍ତମାନ ପବନ ହୀରୋ ମୋଟୋକର୍ପର ସମସ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି । ତାଙ୍କର ନେତୃତ୍ୱରେ କମ୍ପାନୀ ଏସିଆ, ଆଫ୍ରିକା, ସାଉଥ ଆମେରିକା ଓ ସେଣ୍ଟ୍ରାଲ ଆମେରିକାର ୪୦ଟି ଦେଶରେ ବ୍ୟବସାୟ କରୁଛି । କମ୍ପାନୀର ଗ୍ଲୋବାଲ ମାନଦଣ୍ଡ ଥିବା ୮ଟି ମାନୁଫାକଚରିଂ ପ୍ଲାଣ୍ଟ ରହିଛି । ସେଥିମଧ୍ୟରୁ ୬ଟି ଭାରତରେ, କଲମ୍ବିଆ ଓ ବାଂଲାଦେଶରେ ଗୋଟିଏ ଲେଖାଏଁ ରହିଛି । ଭାରତରେ ଦୁଇଚକିଆ ଯାନ ବଜାରରେ ହୀରୋର ଦବଦବା ରହିଥିବା ବେଳେ ଘରୋଇ ମୋଟରସାଇକେଲ ବଜାରରେ କମ୍ପାନୀର ୫୦ ପ୍ରତିଶତ ଅଂଶଧନ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com