ଅନ୍ୟାନ୍ୟ

ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା

କଣ୍ଟାବାଞ୍ଜି, ୨୦/୧୨/୨୦୨୨-   କଳାହାଣ୍ଡିର ବହୁଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା । କଣ୍ଟାବାଞ୍ଜି ଉପ କାରାଗାରରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମଙ୍ଗଳବାର କଣ୍ଟାବାଜି ମେଡିକାଲରେ ତାକୁ ମୃତ ଘୋଷଣା କରାଯାଇଛି । ଆଜି JMFC କୋର୍ଟରେ ହାଜର ହୋଇଥାନ୍ତା ଗୋବିନ୍ଦ ।

ଗୋବିନ୍ଦ ପୁଲିସର ସୁରକ୍ଷା ଘେରାକୁ ଚକମା ଦେଇ ଟିଟିଲାଗଡ଼ ବାରାକରୁ ଚମ୍ପଟ ମାରିଥିଲା । ଯାହା ଫଳରେ ମାମଲାରେ ଶୁଣାଣି ପାଇଁ ତାକୁ  JMFC କୋର୍ଟରେ ହାଜର କରା ଯାଇଥିଲା । ଗୋବିନ୍ଦ ଓକିଲ ନ ଦେବାରୁ ସରକାରଙ୍କ ପକ୍ଷରୁ ଆଇନ ସହାୟକ ସୁରେନ ପଣ୍ଡା ମାମଲା ପରିଚାଳନା କରିଥିଲେ । କୋର୍ଟଙ୍କ ନିର୍ଦେଶକ୍ରମେ ଜାମିନ ପାଇଁ ଆବେଦନ କରିଥିବା, ପରବର୍ତ୍ତୀ ପର୍ଯ୍ୟାୟରେ ଅଭିଯୁକ୍ତଙ୍କ ପକ୍ଷରୁ ଜାମିନଦାର ପହଞ୍ଚିଲେ କୋର୍ଟ ଜାମିନ ବିଚାରକୁ ନେବେ ବୋଲି ସୁରେନ କହିଥିଲେ । ତେବେ କୋର୍ଟ ଯିବା ପୂର୍ବରୁ ଆଜି ଆତ୍ମହତ୍ୟା କରିଛି ଗୋବିନ୍ଦ ।

Related Articles

Back to top button
WP Twitter Auto Publish Powered By : XYZScripts.com