ଅନ୍ୟାନ୍ୟ

ପ୍ରେମିକାର ମୃତଦେହକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା ପ୍ରେମିକ

୫ ମାସ ପରେ ଖୋଲିଲା ହତ୍ୟାର ରହସ୍ୟ । ଦିଲ୍ଲୀରେ ଲିଭ- ଇନ୍ ରିଲେସନରେ ରହୁଥିବା ଯୁବକ ନିଜ ପ୍ରେମିକାକୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି କାଟି ପଲିଥିନରେ ପୁରାଇ ଭିିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗୁଥିଲା । ୨୦୨୨ ମେ ମାସରେ ଘଟିଥିବା ହତ୍ୟାକାଣ୍ଡର ଗୁମର ଖୋଲିଛି ଦିଲ୍ଲୀ ପୋଲିସ । ମୁମ୍ବାଇର ଏକ କଲ ସେଣ୍ଟରରେ କାମ କରୁଥିଲା ଅଫତାବ୍ ଅମୀନ ପୁନାୱାଲା । ସେଠାରେ ମହିଳା ସହକର୍ମୀ ଶ୍ରଦ୍ଧା ୱାକରଙ୍କ ସହ ଗଢି ଉଠିଥିଲା ତାଙ୍କର ପ୍ରେମ ସମ୍ପର୍କ । ଦୁହେଁ ଏକାଠି ଲିଭ୍ ଇନ୍ ରିଲେସନସିପରେ ରହିବାକୁ ଲାଗିଲେ । ଦୁହେଁ ରିଲେସନସିପରେ ରହିବା ଘର ଲୋକ ଜାଣିବା ପରେ ଝିଅକୁ ବିରୋଧ କରିଥିଲେ । ଫଳରେ ଦୁହେଁ ମୁମ୍ବାଇ ଛାଡି ଦିଲ୍ଲୀ ଚାଲିଯାଇଥିଲେ । ସେଠାରେ ଏକ ଫ୍ଲାଟରେ ରହୁଥିଲେ । ଏହା ମଧ୍ୟରେ ବିବାହ ପାଇଁ ଅଫତାବ ଉପରେ ଚାପ ପକାଇଥିଲେ ଶ୍ରଦ୍ଧା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଏକ ଧାରୁଆ ଅସ୍ତ୍ରରେ ଶ୍ରଦ୍ଧାକୁ ହତ୍ୟା କରିଥିଲା ଅଫତାବ । ଏହାପରେ ମୃତଦେହକୁ ୩୫ ଖଣ୍ଡ କରି କାଟିବା ପରେ ଏହାକୁ ପଲିଥିନରେ ପୁରାଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା । ହତ୍ୟା ଘଟଣାର କିଛି ଦିନ ପରେ ଶ୍ରଦ୍ଧାଙ୍କ ଫୋନକୁ ବାରମ୍ବାର ଫୋନ କରିଥିଲେ ବି କିଛି ଉତ୍ତର ମିଳିନଥିଲା । ଫଳରେ ଶ୍ରଦ୍ଧା ରହୁଥିବା ଭଡା ଘରକୁ ଯାଇଥିଲେ ବାପା ବିକାଶ ମଦାନ ୱାକର । ହେଲେ ଘରେ ତାଲା ପଡିଥିବା ଦେଖି ତାଙ୍କ ମନରେ ସନ୍ଦେହ ହୋଇଥିଲା । ସେ ତୁରନ୍ତ ଯାଇ ପୋଲିସରେ ଖବର ଦେଇଥିଲେ । ପୋଲିସ ଟେକ୍ନିକାଲ ସର୍ଭେଲାନ୍ସ ସହାୟତାରେ ଅଭିଯୁକ୍ତ ଆଫତାବକୁ ଖୋଜି ବାହାର କରିଥିଲା । ଆଉ ସବୁ ସତ କଥା ମାନିଯାଇଥିଲା ଆଫତାବ ।

Related Articles

Back to top button
WP Twitter Auto Publish Powered By : XYZScripts.com