ଓଡ଼ିଶା

‘ଆଶ୍ରା ଓଡିଶା’ ପକ୍ଷରୁ ରାଜାରାଣୀ ବସ୍ତିରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ଵର: ରାଜାରାଣୀ ବସ୍ତିରେ ଆଶ୍ରା ଫାଉଣ୍ଡେସନ ଓଡ଼ିଶା ପକ୍ଷରୁ ଉତ୍କଳ ଦିବସ ପାଳନ ହୋଇଯାଇଛି। ବସ୍ତିର ପିଲାମାନଙ୍କୁ ଏକତ୍ର କରି ଉତ୍କଳ ଦିବସ ସମ୍ପର୍କରେ ସମ୍ୟକ୍ ଧାରଣା ଦେବା ସହ ଓଡ଼ିଶାର ମହାପୁରୁଷ ମାନଙ୍କ ବିଷୟରେ ମଧ୍ୟ ସୂଚନା ଦେଇଥିଲେ “ଆଶ୍ରା”ର ସଦସ୍ୟ ।

ଏହା ସହିତ ଓଡ଼ିଶା ମାନଚିତ୍ରରେ ପିଲାମାନଙ୍କ ହାତର ଛାପ ନେଇଥିଲେ ସଂଗଠନର କର୍ମକର୍ତ୍ତା। ପରେ ସମସ୍ତେ ମିଶି ଉତ୍କଳ ସଙ୍ଗୀତ ଗାନ କରିଥିଲେ। ସାରା ବସ୍ତି “ବନ୍ଦେ ଉତ୍କଳ ଜନନୀ” ସ୍ଵରରେ ପ୍ରକମ୍ପିତ ହୋଇ ଉଠିଥିଲା। ବସ୍ତିର ଲୋକମାନଙ୍କ ସମେତ ପଥଚାରୀଙ୍କୁ ମଧ୍ୟ ବାନ୍ଧି ରଖିଥିଲା ପିଲାଙ୍କ ଦ୍ଵାରା ପରିବେଷିତ “ବନ୍ଦେ ଉତ୍କଳ ଜନନୀ” ।

ତେବେ ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲର ନିର୍ଦ୍ଦେଶକ ତଥା ଏମ୍ସ ହସ୍ପିଟାଲର ପୂର୍ବତନ ନିର୍ଦ୍ଦେଶକ ଡ଼ା. ଅଶୋକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ବ୍ୟତୀତ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଡା. ଶିବ ପ୍ରସାଦ ପଟ୍ଟନାୟକ ଏବଂ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର Philosophy ପ୍ରଧ୍ୟାପକ ଡା. ବସନ୍ତ କୁମାର ଦାସ ମଧ୍ୟ ଯୋଗ ଦେଇ ପିଲାମାନଙ୍କ ଉତ୍କଳ ଦିବସ ଉପରେ ସୂଚନା ଦେଇଥିଲେ।

ସେହିପରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପଥ ଅନୁକରଣ କରିବା ସହ ତାଙ୍କ ଭଳି ବ୍ୟକ୍ତିତ୍ବ ହେବା ପାଇଁ ପରାମର୍ଶ ଦେଇଥିଲେ। ପରେ ପିଲାମାନଙ୍କୁ ନ୍ୟୁଟ୍ରିସନ କିଟ୍ ବଣ୍ଟନ କରାଯାଇଥିଲା। ଆଶ୍ରାର ଏଭଳି ଏକ ସୁନ୍ଦର ପ୍ରୟାସକୁ ଅତିଥିମାନେ ଖୁବ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ପ୍ରେରଣା ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com