ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୦-୨୧ ବର୍ଷ ପାଇଁ ଜାତୀୟ ସେବା ସ୍କିମ ପୁରସ୍କାର ପ୍ରଦାନ କରିଛନ୍ତି । ମୋଟ ୪୨ ଜଣଙ୍କୁ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ଦିଆଯାଇଛି । ଦୁଇଟି ବିଶ୍ୱବିଦ୍ୟାଳୟ, ୧୦ଟି ଏନଏସଏସ ୟୁନିଟ, ସେମାନଙ୍କର ପ୍ରୋଗ୍ରାମ ଅଫିସର ଓ ୩୦ ଜଣ ଏନଏସଏସ ସ୍ୱେଚ୍ଛାସେବୀ ଏହି ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିସିଥ ପ୍ରମାଣିକ, ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାରଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟେକ ବର୍ଷ ଏନଏସଏସ ପୁରସ୍କାର ପ୍ରଦାନ କରାଯାଇଥାଏ । ୟୁନିଭରସିଟି, କଲେଜ, ଦୁଇ କାଉନସିଲ, ସିନିୟର ସେକେଣ୍ଡାରୀ, ଏନଏସଏସ ୟୁନିଟ ଓ ପ୍ରୋଗ୍ରାମ ଅଫିସର, ଏନଏସଏସ ଭଲ୍ୟୁଣ୍ଟରଙ୍କୁ ଏନଏସଏସ ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଦିଆଯାଇଥାଏ । ଏନଏସଏସ ସ୍କିମ୍ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଛାତ୍ର, ଯୁବକଙ୍କ ବ୍ୟକ୍ତିତ୍ୱର ବିକାଶ ଲକ୍ଷ୍ୟରେ ୧୯୬୯ ମସିହାରେ ଏହାକୁ ଲଞ୍ଚ କରାଯାଇଥିଲା । ମହାତ୍ମା ଗାନ୍ଧିଙ୍କ ପ୍ରେରଣାକୁ ଏନଏସଏସରେ ପ୍ରାଧାନ୍ୟ ଦିଆଯାଇଥାଏ । ଏନଏସଏସର ମୋଟୋ ହେଉଛି ‘ନଟ୍ ମି, ବଟ ୟୁ ସ୍ୱୟଂ ସେ ପହଲେ ଆପ ।’
Related Articles
ବିଜେପି ଏହି ନେତାଙ୍କୁ ପ୍ରାର୍ଥୀ କଲେ ସମର୍ଥନ ଦେବେ ନବୀନ, ଏମିତି କହି ମମତାଙ୍କ ବୈଠକରୁ ଦୂରେଇ ରହିଲା ବିଜେଡି
June 15, 2022
ଆଗାମୀ ଦିନରେ ବଜାରକୁ ଆସୁଛି ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର, ତାଲିକାରେ ଅଛନ୍ତି ୩ ନାମି-ଦାମୀ କମ୍ପାନୀ
January 21, 2023
Check Also
Close