ଅନ୍ୟାନ୍ୟ

କଣ୍ଟେନର ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୬ ଜଣଙ୍କର ମୃତ୍ୟୁ ୧୦ରୁ ଅଧିକ ଆହତ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭୟଙ୍କର ଦୁର୍ଘଟଣା। କଣ୍ଟେନର ଟ୍ରକ୍‌କୁ ଖୁବ୍‌ ଜୋର୍‌ରେ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି। ଶୁକ୍ରବାର(ଜୁଲାଇ ୮) ତାମିଲ ନାଡୁ ଚେଙ୍ଗଲପଟ୍ଟୁ ଠାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।

ରାଜ୍ୟ ସରକାର ଚାଳିତ ଯାତ୍ରୀବାହୀ ବସ୍‌ଟି ଚେନ୍ନାଇରୁ ଚିଦାମ୍ବରମକୁ ଫେରୁଥିବା ବେଳେ ଚେନ୍ନାଇ-ତିରୁଚିରାପ୍ପଲୀ ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା ଘଟିଥିଲା। ଏହାପରେ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ତୁରନ୍ତ ନିକଟସ୍ତ ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ଚେଙ୍ଗେଲପେଟା ଜିଲ୍ଲା ପୁଲିସ ସୂଚନା ଦେଇଛି।

ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟ୍ୱିଟ୍ କରି ସେ ଲେଖିଛନ୍ତି ” ଚେଙ୍ଗୁଲପଟ୍ଟୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଁ ଗଭୀର ଭାବେ ଦୁଃଖିତ। ଦୁର୍ଘଟଣାରେ ପୀଡ଼ିତ ପରିବାରଙ୍କ ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ।”

Related Articles

Back to top button
WP Twitter Auto Publish Powered By : XYZScripts.com