ଅନ୍ୟାନ୍ୟ

ପଡୋଶୀଙ୍କ ଚାପରେ ନଇଁଲା ସୋଲୋମନ ଦ୍ୱୀପପୁଞ୍ଜ : ଚୀନ୍‌କୁ ସାମରିକ ଘାଟି କରିବାକୁ ଦେବ ନାହିଁ ଜାଗା

ନୂଆଦିଲ୍ଲୀ : ଚାପରେ ନଇଁଲା ସୋଲୋମନ ଦ୍ୱୀପପୁଞ୍ଜ । ଚୀନ ସହ ନୂଆ ସୁରକ୍ଷା ଚୁକ୍ତିକୁ ନେଇ ଅନ୍ତରାଷ୍ଟ୍ରୀୟ ସମୁହ ଚିନ୍ତା ପ୍ରକାଶ କରିବା ପରେ ପ୍ରତିକ୍ରିୟା ରଖିଛି ସୋଲୋମନ ଦ୍ୱୀପ । ସେ ଚୀନକୁ ସୈନ୍ୟ ଅଡ୍ଡା ନିର୍ମାଣ ପାଇଁ ଦେବ ନାହିଁ ବୋଲି କହିଛି । ଏପରି ଭାବେ ସୋଲୋମନର ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଆମେରିକା ଭଳି ପୁରୁଣା ସହଯୋଗୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ସେହିପରି ମାଇକ୍ରୋନେସିଆ ମଧ୍ୟ ଡ୍ରାଗନ୍ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅଶାନ୍ତି ସୃଷ୍ଟି କରିବ ବୋଲି ସୋଲୋମନକୁ ଚେତାବନୀ ଦେଇଥିଲା ।
ବିବାଦ ବଡିବା ପରେ ସ୍ପଷ୍ଟୀକରଣ ରଖିଛି ସୋଲୋମନ ଦ୍ୱୀପପୁଞ୍ଜ ।ସୋଲୋମନ ସରକାରଙ୍କ କହିବାନୁସାରେ, ଅନ୍ତର୍ଜାତୀୟ ସ୍ତରରେ ଭୁଲ ବାର୍ତ୍ତା ଯାଇଛି । ସେମାନେ ଚୀନକୁ ସୈନ୍ୟ ଆଡ୍ଡା ପ୍ରତିଷ୍ଠା ପାଇଁ ଅନୁମତି ଦେବେ ନାହିଁ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମାନାସେହ ସୋଗବାରେ ମଧ୍ୟ ସାମନ କଥା ସଂସଦରେ ଦୋହରାଇଥିଲେ ।
ସୂଚନାନୁସାରେ, ସୋଲୋମନ ଓ ଚୀନ ମଧ୍ୟରେ ହେବାକୁ ଥିବା ଚୁକ୍ତି ପାଇଁ ଅଷ୍ଟ୍ରେଲିଆ ଚିନ୍ତା ପ୍ରକାଶ କରିଥିଲା । ସୀମା ସୁରକ୍ଷାକୁ ନେଇ ବିବ୍ରତ ହୋଇଥିବା ଅଷ୍ଟ୍ରେଲିଆ । ଏହାସହ ଚୀନ ସେମାନଙ୍କ କ୍ଷେତ୍ରକୁ ଅଶାନ୍ତ କରିବ ବୋଲି ଅନୁମାନ କରିଥିଲା । ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ସମାନ ଆଶଙ୍କା କରିଥିଲା ।
ସୋଲୋମନ ସହ ଚୁକ୍ତି ନେଇ ଚୀନ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ, ସେମାନେ ଏହି ଦ୍ୱୀପପୁଞ୍ଜକୁ ସମସ୍ତ ପ୍ରକାର ସୁରକ୍ଷା ଓ ସହଯୋଗ ଯୋଗାଇବେ । ଏହି ଦ୍ୱୀପର ଜନସଂଖ୍ୟା ୭ ଲଭ ଯ ୨୦୧୯ରେ ସୋଲୋମନ ତାଇଓ୍ୱାନଠୁ ଦୂରେଇ ଚୀନର ନିକଟତର ହୋଇଥିଲା । ଏହି କାରଣରୁ ଗତବର୍ଷ ଏକ ଦଙ୍ଗା ମଧ୍ୟ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com