ଅନ୍ୟାନ୍ୟ

ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଗିରଫ

ଅର୍ଚ୍ଚନା ନାଁରେ ଲାଗିଥିବା ସଙ୍ଗୀନ ଦଫା ଲାଗିଲା ଜଗବନ୍ଧୁ ନାଁରେ

ଭୁବନେଶ୍ୱର, ୨୧/୧୦/୨୦୨୨-   କେଇ ଦିନର ବ୍ୟବଧାନ ପରେ ଶୁକ୍ରବାର ଭୁବନେଶ୍ୱର କମିଶନରେଟ ପୋଲିସ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ ଗିରଫ କରିଛି । ଜଗବନ୍ଧୁ ଗିରଫ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଖଣ୍ଡଗିରି ପୋଲିସ ଜଗବନ୍ଧୁ ନାଁରେ ମାନବ ଚାଲାଣ ଦଫା ୩୭୦ ଲାଗିଛି । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିବା ଅଭିଯୋଗ ପୋଲିସ ତାଙ୍କୁ ଗିରଫ କରିଛି । ଅର୍ଚ୍ଚନା ନାଁରେ ବେଆଇନ ମାନବ ଚାଲାଣ ଭଳି ଯେଉଁ ୧୬ଟି ସଙ୍ଗୀନ୍ ଦଫା ଲାଗିଛି ସମାନ ସଙ୍ଗୀନ ଦଫା ଜଗବନ୍ଧୁ ନାରେ ମଧ୍ୟ ରହିଛି ।

ଅର୍ଚ୍ଚନା ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଗବନ୍ଧୁର ସତ୍ୟ ବିହାର  ଘରୁକୁ ସକାଳୁ ଯାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପଚରାଉଚରା ପରେ ତାକୁ ଗିରଫ କରିଥିଲା । ଅର୍ଚ୍ଚନାର କଳା କାରନାମା ତଥା ଏତେ ବଡ଼ ସାମ୍ରାଜ୍ୟ ପଛରେ ଜଗବନ୍ଧୁର ଭୂମିକାକୁ ନେଇ ପୋଲିସ ଅନେକ ପ୍ରଶ୍ନ କରିଥିଲା । ଜଗବନ୍ଧୁ ଏସବୁ ପ୍ରଶ୍ନରେ ଘାବରେଇବା ସହ ତାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା । ପୂର୍ବରୁ ପ୍ରାଥମିକ ପଚରାଉଚରା ପରେ ଜଗବନ୍ଧୁଙ୍କୁ ଛାଡ଼ି ଦିଆଯାଇଥିଲା । ଏକ ଅଣ୍ଡରଟେକିଂ ଲେଖି ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁକୁ ପୋଲିସ ଛାଡ଼ିଥିଲା । ଦେହ ଅସୁସ୍ଥ ଥିବା କହି ଜଗବନ୍ଧୁ ତଦନ୍ତ ପରିସରଭୁକ୍ତ ହେଉନଥିଲା ।

ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାର ପୋଲିସ ତଦନ୍ତର ଗତିକୁ ନେଇ ନାନା ପ୍ରଶ୍ନ ଉଠିଥିଲା । ସଂଗୀନ ଦଫା ଲାଗିଥିବାରୁ ଅର୍ଚ୍ଚନାର ଜାମିନ୍ ଖାରଜ ହେବା ସହ ତାକୁ ଜେଲରେ ରଖାଯାଇଛି।  କିନ୍ତୁ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ପାତ୍ର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି କୁହାଯାଉଥିଲା ।  ଆଉ ଆଜି ଶେଷରେ ପୋଲିସ୍ ଜାଲରେ ପଡ଼ିଛି ଜଗବନ୍ଧୁ । ତେବେ ସହଯୋଗୀ ଖଗେଶ୍ୱରକୁ ଗିରଫ ନେଇ ପୋଲିସର ନୀରବତାକୁ ଅନେକ ସହଜରେ ନେଇ ପାରୁନାହାନ୍ତି । ଅର୍ଚ୍ଚନାର ମାୟାଜାଲରେ ପଡ଼ି ଅନେକ ପ୍ରଭାବଶାଳୀ ବ୍ୟକ୍ତି ପ୍ରମାଦ ଗଣୁଥିବା ବେଳେ ଏନେଇ ପୋଲିସ ଉପରେ ଚାପ ରହିଥିବା କୁହାଯାଉଛି । ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ଏବେ ଅର୍ଚ୍ଚନା ଜେଲରେ ଅଛି ।

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com