ଅନ୍ୟାନ୍ୟ

ଶ୍ରୀମନ୍ଦିରରେ ନୀତିରେ ବିଳମ୍ବ

ପୁରୀ, ୨୭/୦୧/୨୦୨୩ –   ଶ୍ରୀମନ୍ଦିରରେ ନୀତିରେ ବିଭ୍ରାଟ ଦେଖାଯାଇଛି । ଗୁରୁବାରର ନୀତି ଶୁକ୍ରବାର ଶେଷ ହୋଇଛି । ନୀତି ଆଜି ସମାପନ ହେବାରୁ ଭୋର ୫ଟା ସମୟରେ ପହୁଡ଼ ପଡ଼ିଥିଲା । କାଲିର ବିଳମ୍ବ ପାଇଁ ଆଜି ସକାଳ ୭ଟା ସମୟରେ ସିଂହଦ୍ୱାର ଖୋଲିଥିଲା । ତେବେ ଗତକାଲିର ପହୁଡ଼ ବିଳମ୍ବ ହେବାରୁ ଆଜି ଭକ୍ତଙ୍କ ଦର୍ଶନ ମଧ୍ୟ ବିଳମ୍ବ ହୋଇଛି ।

ସ୍ୱାଭାବିକ ଭାବେ ପହୁଡ଼ ଦୈନିକ ରାତିରେ ହୋଇଥାଏ । କିନ୍ତୁ ଗତକାଲି ସରସ୍ୱତୀ ପୂଜା ଏବଂ ଚାଚେରି ପାଇଁ ଏହି ବିଳମ୍ବ ହୋଇଛି । ସିଂହଦ୍ୱାର ଖୋଲିବାର ପ୍ରାୟ ଦେଢ ଘଣ୍ଟାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥାଏ । ତେବେ ଦର୍ଶନ ବିଳମ୍ବ ହେବା କାରଣରୁ ମନ୍ଦିର ବାହାରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com