ଅନ୍ୟାନ୍ୟ

ପୁରୀରେ ପ୍ରାକୃତିକ ଗ୍ୟାସ ଓ ତେଲ ଉତ୍ତୋଳନ ପାଇଁ ଖନନ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, ୦୭/୦୨/୨୦୨୩ –    ପୁରୀ ଜିଲ୍ଲା ଗୋପରେ ପ୍ରାକୃତିକ ଗ୍ୟାସ ଓ ତେଲ ଉତ୍ତୋଳନ ପାଇଁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଫୁଟ ତଳକୁ ଖୋଳିବା ପାଇଁ ରିଗ୍ ମେସିନ ଲଗାଯାଇଛି । ଏହା ସହିତ ଦେଶର ୫୦ରୁ ଉର୍ଦ୍ଧ୍ୱ ଅତ୍ୟାଧୁନିକ ମେସିନ ଲଗାଯାଇଛି । ୧୦ ହଜାର ଫୁଟ ତଳୁ କାଦୁଅକୁ ବିଶୋଧନ କରାଯିବ ।

କାଦୁଅରୁ ଅଶୋଧିତ ତେଲର ଯାଞ୍ଚ କରାଯିବ । ଏହା ପରେ ପାରାଦୀପ ତୈଳ ବିଶୋଧନଗାରକୁ ପଠାଯିବ । ଏଥିପାଇଁ ଦିଲ୍ଲୀର ଏକ ଘରୋଇ ସଂସ୍ଥା କ୍ୱିପୋକୁ ଦାୟିତ୍ୱ ଦିଆଯାଇଛି । କୁଶୁପୁରର ୮ ଏକର ଜମିରେ ଏହି କାର୍ଯ୍ୟ ଚାଲିଛି । ୨ ବର୍ଷ ଯାଏ ଉତ୍ତୋଳନ ପ୍ରକ୍ରିୟା ଚାଲୁରହିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com