ଅନ୍ୟାନ୍ୟ

ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା, ୨୬ ମୃତ…୮୫ ରୁ ଅଧିକ ଯାତ୍ରୀ ଆହତ

ଭୁବନେଶ୍ୱର: ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରୀସରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରେନର ମୁହାଁମୁହିଁ ଧକ୍କାରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୮୫ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଗ୍ରୀସର ଲାରିସା ସହର ନିକଟରେ ଘଟିଛି। ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ଦୁଇଟି କୋଚ୍ ରେ ନିଆଁ ଲାଗିଯାଇଥିଲା। ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଟ୍ରେନରେ ଫସି ରହିଥିବା ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ଯାତ୍ରୀବାହୀ ଟ୍ରେନ୍ ଏଥେନ୍ସରୁ ଉତ୍ତର ସହର ଥେସଲାନିକୀ ଅଭିମୁଖେ ଯାଉଥିଲା।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଯେତେବେଳେ ଯାତ୍ରୀବାହୀ ଟ୍ରେନ୍ ଥେସଲାନିକୀ ଅଭିମୁଖେ ଯାଉଥିଲା, ସେତେବେଳେ ସାଲୋନିକିରୁ ଲାରିସା ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଲାରିସା ସହର ବାହାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଯାତ୍ରୀବାହୀ ଟ୍ରେନର ପ୍ରଥମ ଚାରିଟି କୋଚ୍ ଖସି ଯାଇଥିବାବେଳେ ପ୍ରଥମ ଦୁଇଟି କୋଚ୍ ‘ପ୍ରାୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି’। ପ୍ରାୟ ୨୫୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା ଏବଂ ବସ୍ ଯୋଗେ ସେମାନଙ୍କୁ ଥେସଲାନିକୀକୁ ପଠାଯାଇଥିଲା।

ଏହି ଘଟଣା ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓରେ ଉଦ୍ଧାରକାରୀମାନେ ଅଟକି ରହିଥିବା ଯାତ୍ରୀଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com