ଅନ୍ୟାନ୍ୟ

ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗର ଯୋଜନା ଆରମ୍ଭ

ଭୁବନେଶ୍ୱର ୦୬/୦୨/୨୦୨୩ –     ଚଳିତ ବର୍ଷ ଖରାଦିନେ ଜଙ୍ଗଲରେ ଅଧିକ ନିଆଁ ଲାଗିବା ସମ୍ଭାବନା ରହିଛି । ଯଦି ନିକଟ ଭବିଷ୍ୟତରେ ବର୍ଷା ନହୁଏ, ତେବେ ଜଙ୍ଗଲରେ ଅଧିକ ନିଆଁ ଲାଗିପାରେ । ଏଭଳି ସତର୍କବାଣୀ ଶୁଣାଇଛନ୍ତି PCCF । ତେବେ ସୁନ୍ଦରଗଡ଼, ଶିମିଳିପାଳ, ଫୁଲବାଣୀ ବାଲିଗୁଡ଼ା ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ରହିଛି । ଏବର୍ଷ ଜାନୁଆରୀ ଚତୁର୍ଥ ସପ୍ତାହରୁ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି । ଏବେ ଦିନକୁ ୧୦୦ରୁ ୧୫୦ ଜାଗାରେ ନିଆଁ ଲାଗିବା ଖବର ଆସୁଛି । ଆଗକୁ ଏହି ସଂଖ୍ୟା ୧,୦୦୦ ହୋଇପାରେ ବୋଲି PCCF କହିଛନ୍ତି । ତେବେ ଜଙ୍ଗଲ ନିଆଁ ରୋକିବାକୁ ଏବେଠାରୁ ଯୋଜନା ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com