ଅନ୍ୟାନ୍ୟ

ଆଶ୍ଚର୍ଯ୍ୟ ଲାଗୁଥିଲେ ସତ, ମଇଁଷିର ଦାମ ୧୧ କୋଟି

ମଇଁଷିର ଦାମ ୧୧ କୋଟି । କଥାଟା ଶୁଣି ବିଶ୍ୱାସ ହେଉନି ନା । ହେଲେ ଏହା ପୁରାପୁରି ସତ । ଏହି ମଇଁଷିଟିକୁ ଭଲ ଭାବେ ଦେଖନ୍ତୁ, ଯାହାର ଦାମ ହଜାର କି ଦୁଇ ହଜାର ନୁହେଁ ବରଂ ୧୧ କୋଟି ଟଙ୍କା । ରାଜସ୍ତାନର ଆଜେମେର ଜିଲ୍ଲା ପୁଷ୍କରରେ ଚାଲିଥିବା ଅନ୍ତର୍ଜାତୀୟ ପୁଷ୍କର ମେଳାକୁ ହରିୟାଣାର ସିରସାରୁ ଆସିଥିବା ଏହି ମଇଁଷିର ନାମ ହେଉଛି ଅନମୋଲ । ଆଉ ଅନମୋଲ ର ମାଲିକ ହରବିନ୍ଦ ସିଂ ତାଙ୍କ ମଇଁଷିର ମୂଲ୍ୟ ୧୧ କୋଟି ଟଙ୍କା ରଖିଛନ୍ତି ।

ହରବିନ୍ଦରଙ୍କ କହିବା ଅନୁସାରେ ୮ ବର୍ଷର ଅନମୋଲ ଦ୍ୱାରା ଏ ପର୍ୟ୍ୟନ୍ତ ୧୫୦ଟି ପିଲା ହୋଇସାରିଲେଣି। ୫.୮ ଫୁଟ ଉଚ୍ଚା ମୂରା ପ୍ରଜାତିର ଏହି ମଇଁଷିର ଓଜନ ପାଖାପାଖି ୧ହଜାର ୫୭୦ କେଜି। ସେହିପରି ଗତବର୍ଷ ଏହାର ଓଜନ ଥିଲା ୧ହଜାର ୪୦୦ କେଜି । ତେବେ ମଇଁଷିର ମାଲିକ ମାସକରେ ଅନମୋଲ ଠାରୁ ୮ ଲକ୍ଷ ଟଙ୍କା ଆୟ କରନ୍ତି। କେବଳ ଏତିକି ନୁହେଁ ଅନମୋଲ ଠାରୁ ସୃଷ୍ଟି ହେଉଥିବା ବାଛୁରୀଙ୍କ ଜନ୍ମ ବେଳେ ଓଜନ ୪୦ରୁ ୫୦ କେଜି ମଧ୍ୟରେ ରହୁଛି। ଏହି ମଇଁଷି ନିମନ୍ତେ ଖାଇବା ପିଇବା ଓ ଅନ୍ୟ ବାବଦରେ ମାସିକ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ବୋଲି ମାଲିକ ହରବିନ୍ଦର କହିଛନ୍ତି।

ତେବେ ମଇଁଷିକୁ ଦୈନିକ ୧ କେଜି ଦେଶୀ ଘିଅ, ୫ ଲିଟର ଦେଶୀ ଗାଈ କ୍ଷୀର, ୧ କେଜି କାଜୁ ବାଦାମ, ଛୋଲା ଓ ସୋୟାବିନ୍‌ ଖାଇବାକୁ ଦିଆଯାଉଛି। ଅନମୋଲ ସହିତ ସବୁ ବେଳେ ଦୁଇ ଜଣ ଲୋକ ରହୁଛନ୍ତି, ଯେଉଁମାନଙ୍କୁ ଅଲଗା ଦରମା ଦିଆଯାଉଛି। ମଇଁଷିର ମାଲିକ କୁହନ୍ତି ଅନମୋଲ ମେଳାକୁ ୨୦୨୨ରେ ମଧ୍ୟ ଆସିଥିଲା। ସେତେବେଳେ ଏହାର ଦର ୨.୩୦ କୋଟି ଟଙ୍କା ଧାର୍ୟ୍ୟ ହୋଇଥିଲା। ତେବେ ଏଥର ଦର ୧୧ କୋଟିକୁ ପହଞ୍ଚିଛି।

ମାନ୍ୟତା ରହିଛି କାର୍ତ୍ତିକ ମାସର ଏକାଦଶୀରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ ୫ ଦିନ ଧରି ସୃଷ୍ଟି କର୍ତ୍ତା ବ୍ରହ୍ମା ପୁଷ୍କରରେ ଯଜ୍ଞ କରିଥିଲେ। ବ୍ରହ୍ମାଙ୍କ ଏହି ଯଜ୍ଞରେ ୩୩ କୋଟି ଦେବୀ ଦେବତା ଯୋଗ ଦେଇଥିଲେ। ଏହିକାରଣରୁ ପୁଷ୍କରରେ କାର୍ତ୍ତିକ ମାସ ଏକାଦଶୀରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ ସବୁ ଦେବୀ ଦେବତାଙ୍କ ବାସ ହୋଇଥାଏ ବୋଲି ଲୋକ ମାନ୍ୟତା ରହିଛି । ଯେଉଁଥିପାଇଁ ବର୍ଷ ବର୍ଷ ଧରି ପୁଷ୍କର ମେଳା ଅନୁଷ୍ଠିତ ହୋଇ ଆସୁଛି। ପ୍ରାଚୀନ ଯୁଗରେ ଶ୍ରଦ୍ଧାଳୁ ସଂଶାଧନ ଅଭାବରୁ ସାଙ୍ଗରେ ପଶୁ ମାନଙ୍କୁ ମଧ୍ୟ ଆଣୁଥିଲେ। ଏଣୁ ଏହି ମେଳା ଧିରେ ଧିରେ ପଶୁ ମେଳାରେ ପରିଣତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com