ଅନ୍ୟାନ୍ୟ

ସମଲିଙ୍ଗୀ ବିବାହକୁ ଆମେରିକା ସରକାରଙ୍କ ଆଇନଗତ ମଞ୍ଜୁରୀ

ଭୁବନେଶ୍ୱର, ୦୯/୧୨/୨୦୨୨ –   ସମଲିଙ୍ଗୀ ବିବାହକୁ ଆମେରିକା ସରକାର ଆଇନଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ଏକ ବିଲ୍ ଆମେରିକାର ନିମ୍ନ ସଦନରେ ଗୃହୀତ ହୋଇଛି । ଏହି ବିଲ୍ ଗୃହରେ ୨୫୮ରୁ ୧୬୯ ଭୋଟରେ ପାସ୍ ହୋଇଛି । ରିପବ୍ଲିକ ପାର୍ଟିର ୩୯ ସାଂସଦ ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଥିଲେ । ଏହି ବିଲ୍ ସମର୍ଥନରେ ୬୧ ଭୋଟ୍ ପଡ଼ିଥିବା ବେଳେ ଏହା ବିରୋଧରେ ୩୬ ଖଣ୍ଡ ଭୋଟ୍ ପଡ଼ିଥିଲା । ଗତ ସପ୍ତାହରେ ଆମେରିକାର ଉପର ସଦନ ସିନେଟ୍ ଦ୍ୱାରା ଏହି ବିଲ୍ ପାରିତ ହୋଇଥିଲା । ରାଷ୍ଟ୍ରପତି ଜୋ ବାଇଡେନ୍ ସଂସଦର ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି । ଏହି ଆଇନ ଲକ୍ଷଲକ୍ଷ ସମଲିଙ୍ଗୀ ଓ ଅନ୍ତର୍ଜାତୀୟ ବିବାହ କରିବାକୁ ଚାହୁଁଥିବା ଲୋକଙ୍କ ମନରେ ଶାନ୍ତି ଦେବ । ଏହାସହ ଏହି ବିବାହକୁ ସୁରକ୍ଷା ଗ୍ୟାରେଣ୍ଟି ମିଳିବ ବୋଲି ବାଇଡେନ କହିଛନ୍ତି । ଖୁବଶୀଘ୍ର ଏହି ବିଲକୁ ବାଇଡେନଙ୍କ ଦସ୍ତଖତ ପାଇଁ ପଠାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com