ଅନ୍ୟାନ୍ୟ

ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର

ଭୁବନେଶ୍ୱର, ୧୧ /୧୦/୨୦୨୨-   ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର ପୋଲିସ ଯେତେ ଘାଣ୍ଟୁଛି, ସେତେ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର । ସେ କହିଛନ୍ତି ଯେ- ତଳକୋର୍ଟକୁ ବେଲ୍ ପିଟିସନ ପାଇଁ ଯିବୁ । ଏଫଆଇଆର ଆଧାରରେ ଧାରା ଲାଗୁ ହୋଇଛି । ପୋଲିସ ତଦନ୍ତ ପରେ ସବୁ କଥା ଜଣାପଡ଼ିବ । କ’ଣ କ’ଣ ପ୍ରମାଣ ଅଛି, ତାହା ଆମେ କୋର୍ଟରେ ଦେବୁ । ଫଟୋ ଭାଇରାଲ କିଏ କରିଛି ସବୁ ଜଣାପଡିବ ।

 ଏହାରି ମଧ୍ୟରେ ଏକ ତଥ୍ୟ ସାମ୍ନାକୁ ଆସିଛି । ଚାକିରି କରାଇଦେବା ବାହାନାରେ ଅର୍ଚ୍ଚନା ପୀଡ଼ିତା ଯୁବତୀଙ୍କୁ ପ୍ରଥମେ ନିଶା ଦେବା ସହ ନିର୍ବସ୍ତ୍ର କରି ପରେ ଭିଡିଓ ଉଠାଇଥିଲେ । ପରେ ଫିଲ୍ମ ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କୁ ଡକାଇ କୌଶଳକ୍ରମେ ପୀଡ଼ିତାଙ୍କ ସହିତ ଗୁପ୍ତରେ ଭିଡିଓ ବନାଇଥିଲେ ।  ୨୦୧୮ରେ ପୀଡ଼ିତା ଚାକିରି ସନ୍ଧାନରେ ଆସିଥିବା ବେଳେ ତାଙ୍କର ଅର୍ଚ୍ଚନାଙ୍କ ସହିତ ପରିଚୟ ହୋଇଥିଲା । ଗୋଟିଏ ବିଲଡିଂରେ ଘର ଭଡ଼ା ନେଇ ରହୁଥିବାରୁ ପୀଡ଼ିତାଙ୍କର ଅର୍ଚ୍ଚନାଙ୍କ ସହିତ ପରିଚୟ ବଢ଼ିଥିଲା । ପରବର୍ତ୍ତୀ ସମୟରେ ଚାକିରି କରାଇଦେବା ଆଳରେ ପୀଡ଼ିତାଙ୍କୁ ଫସାଇ ଦେଇଥିଲେ ବ୍ଲାକମେଲର ଅର୍ଚ୍ଚନା । ଉକ୍ତ ଏତଲାରୁ ଏଭଳି ଭୟଙ୍କର ତଥ୍ୟ ପଦାକୁ ଆସିଛି ।

ସେକ୍ସ ଭିଡିଓ କରି ବ୍ଲାକମେଲିଂ ମାଧ୍ୟମରେ ମୋଟା ଅଙ୍କର ଅର୍ଥ ରୋଜଗାର କରିବାକୁ ଅର୍ଚ୍ଚନା ପ୍ରବର୍ତ୍ତାଇ ଥିଲେ । ଦିନେ ରାତିରେ ପାର୍ଟି କରିବା ବାହାନା କରି ପୀଡ଼ିତାଙ୍କୁ ନିଶା ପାନୀୟ ପିଆଇ ବେହୋସ କରିଦେଇଥିଲେ ଅର୍ଚ୍ଚନା । ଏହା ପରେ ତାଙ୍କର ଖରାପ ଭିଡିଓ ଉଠାଇଥିଲେ । ଚେତା ଫେରିବା ବେଳକୁ ସେ ନିର୍ବସ୍ତ୍ର ଥିବା ପୀଡ଼ିତା ଉଲ୍ଲେଖ କରିଛନ୍ତି । ଉକ୍ତ ନଗ୍ନ ଭିଡିଓ ଦେଖାଇ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ପୀଡ଼ିତାଙ୍କୁ ବ୍ଲାକମେଲ କରିଥିଲେ । ଗତ ଏପ୍ରିଲ ମାସରେ ଅକ୍ଷୟଙ୍କ ନମ୍ବର ଦେଇ ତାଙ୍କ ସହ ଚାଟିଂ କରିବାକୁ ଅର୍ଚ୍ଚନା ପୀଡ଼ିତାଙ୍କୁ କହିଥିଲେ । ଏହାପରେ ପୀଡ଼ିତା-ଅକ୍ଷୟଙ୍କ ମିଳାମିଶାକୁ ନେଇ ଅର୍ଚ୍ଚନା ଭିଡିଓ ଶୁଟ୍ କରି ପରେ ବ୍ଲାକମେଲିଂ କରିଥିଲେ ବୋଲି ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com