ଅନ୍ୟାନ୍ୟ

କିଭ୍ ଅଭିମୁଖେ ଋଷର ୬୪ କିଲୋମିଟର କାଫିଲା, ସାଟେଲାଇଟ ଚିତ୍ର ଆସିବା ପରେ ବଢିଲା ଚିନ୍ତା

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଋଷର ଜୋରଦାର ହମଲା । କିଭ୍ ରେ ଘନ ଘନ ବୋମା ମାଡ଼ କରୁଛି ଋଷ ସେନା । ଏହାରି ଭିତରେ କିଭ୍ ଦଖଲ ପାଇଁ ଜୋରଦାର ଉଦ୍ୟମ କରୁଛି ଋଷ । ୬୪ କିଲୋମିଟର ଲମ୍ବା କାଫିଲା କିଭ୍ ଅଭିମୁଖେ ଅଗ୍ରସର ହେଉଛନ୍ତି । ସୈନିକ, ଗୋଳାବାରୁଦ, ଯୁଦ୍ଧାସ୍ତ୍ର ଧରି ଆଗକୁ ବଢୁଛି ଋଷିଆ ସେନା । ଏହାକୁ ପ୍ରମାଣ କଲାଭଳି ଏକ ଦୃଶ୍ୟ ଆମେରିକା ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି ।
କିଭଳି ୟୁକ୍ରେନରେ ପ୍ରବେଶ କରିସାରିଛନ୍ତି ଋଷ ସେନା ତାହାର ଚିତ୍ର ଏବେ ସ୍ପଷ୍ଟ ହୋଇଛି । ୟୁକ୍ରେନ ରାଜଧାନୀ କିଭର ଉତ୍ତର ପଟରେ ଏଭଳି ସେନା ଛାଉଣି କରିଛି ମସ୍କୋ । ଆମେରିକା କମ୍ପାନି ମାସ୍କର ପକ୍ଷରୁ ଜାରି ହୋଇଥିବା ଏହି ଫଟୋରୁ ଜଣାପଡୁଛି ଯେ, ପ୍ରାୟ ୬୪ କିଲୋମିଟର ଧରି ଲମ୍ବିଛି ଋଷିଆ ସେନାର କାରକେଡ୍ ।
ୟୁକ୍ରେନର ଛାତିରେ ଛନକା ଭରିଦେଲା ଭଳି ଏହି ଚିତ୍ର ସାରାବିଶ୍ୱକୁ ବିସ୍ମିତ କରିଛି । ସାଟେଲାଇଟ ଚିତ୍ରରୁ ଜଣାପଡିଛି ଯେ, ୟୁକ୍ରେନ ସୀମାଠାରୁ ପ୍ରାୟ ୨୦ କିଲୋମିଟର ଦୂର ବେଲାରୁସରେ ଋଷର ଲଢୁଆ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ହୋଇ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com