ଅନ୍ୟାନ୍ୟ

ରାସ୍ତାକଡ଼ରେ ଛିଡ଼ା ହୋଇଥିଲା ଟ୍ରକ, ପଛପଟୁ ଧକ୍କା ଦେଲା ମିନି ଟ୍ରକ

ପାଟଣା() ରାସ୍ତାକଡ଼ରେ ଛିଡ଼ା ହୋଇଥିଲା ଟ୍ରକ । ପଛପଟୁ ଆସି ଧକ୍କା ଦେଲା ମିନି ଟ୍ରକ । ଏଥିରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ,  ସୋମବାର ରାତିରେ ଖୀରେଇଟାଙ୍ଗିରୀ ପେଟ୍ରୋଲ ପମ୍ପ ନିକଟ ରାସ୍ତା କଡ଼ରେ ଏକ ଟ୍ରକ ଛିଡ଼ା ହୋଇଥିଲା । ଠିକ୍‌ ଏହି ସମୟରେ ପଛ ପଟୁ ଏକ ମିନି ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ମିନି ଟ୍ରକ ଡ୍ରାଇଭର ଗୁରୁତର ହୋଇଥିଲେ । ଦୁର୍ଘଟଣା ପରେ  ଡ୍ରାଇଭର ମିନି ଟ୍ରକ ଭିତରେ ଚାପି ହୋଇଯାଇଥିଲେ । ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ଯାଏଁ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ। ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com