ଅନ୍ୟାନ୍ୟ

ହନିଟ୍ରାଫ୍‌ରେ ଇଣ୍ଡିଆନ ଆର୍ମି ଅଫିସର , ଗିରଫ କଲା ରାଜସ୍ଥାନ ପୁଲିସ

ରାୟପୁର: ହନିଟ୍ରାଫ୍‌ରେ ଫସି ଦେଶର ସୁରକ୍ଷା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରୁଥିଲେ ଇଣ୍ଡିଆନ ଆର୍ମି ଅଫିସର । ଶେଷରେ ରାଜସ୍ଥାନ ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଇଛନ୍ତି । ରାଜସ୍ଥାନ ପୁଲିସ ଇଣ୍ଟେଲିଜେନ୍ସ ଡିଜି ଉମେଶ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି” ରାଜସ୍ଥାନ ପୁଲିସ ଯୋଧପୁରର ଗୁରୁତ୍ୱପୂର୍ଣ୍ଣ ରେଜିମେଣ୍ଟରେ ନିଯୁକ୍ତ ଥିବା ଜଣେ ସେନା ଯବାନଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୋଇନ୍ଦା ବିଭାଗରେ କାମ କରୁଥିବା ମହିଳାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।” ଗିରଫ ଯବାନ ସୋସିଆଲ୍ ମିଡିଆରେ ପାକିସ୍ତାନୀ ମହିଳାଙ୍କ ସହ ନିୟମିତ ସମ୍ପର୍କରେ ଥିଲେ। ଦେଶର ରଣନୀତି କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶେୟାର କରୁଥିଲେ। ପାଖାପାଖି ୭ ମାସ ତଳେ ମହିଳାଙ୍କ ପାଖରୁ କଲ୍ ଆସିଥିଲା। ଏହି ଫୋନ୍ କଲ୍‌ରୁ ଦୁହିଁଙ୍କ ସମ୍ପର୍କର ବଢ଼ିଥିଲା। ଏହାପରେ ଉଭୟେ ସୋସିଆଲ୍ ମିଡିଆରେ ଚାଟ୍ ଆରମ୍ଭ କରିଥିଲେ।ମହିଳା ନିଜକୁ ଗ୍ୱାଲିୟର ମଧ୍ୟପ୍ରଦେଶର ବୋଲି କହିଥିଲେ। ଏହି ମହିଳା ବାହା ହେବାକୁ ପ୍ରତିଶ୍ରୁତି ଦେଇ ଭାରତୀୟ ସେନା ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗିଥିଲେ। ସେନା ଯବାନଙ୍କ ବିରୋଧରେ ଅଫିସିଆଲ୍‌ ସିକ୍ରେଟ ଆକ୍ଟ ୧୯୨୩  ଅଧିନରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com