ଅନ୍ୟାନ୍ୟ

ଇନ୍ଦୋରରେ ଥିବା ୨ ମହଲା ବିଲଡିଂରେ ଅଗ୍ନିକାଣ୍ଡ, ୭ ଜଣ ଜୀବନ୍ତ ଦଗ୍ଧ

ଇନ୍ଦୋର() ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ ଦୁଇ ମହଲା ବିଲଡିଂରେ ଶନିବାର ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ନିଆଁରେ ପୋଡ଼ି ହୋଇ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଅଗ୍ନିଶମ ବାହିନୀର ସଦସ୍ୟମାନେ ୯ ଜଣଙ୍କୁ ଉଦ୍ଧାର କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ଜଣାପଡ଼ିଛି ।

ସେହିପରି ଉଦ୍ଧାର ହୋଇଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଅଗ୍ନିକାଣ୍ଡ ବିଲଡିଂର ବେସମେଣ୍ଟରେ ଥିବା ମୁଖ୍ୟ ଇଲେକ୍ଟ୍ରିକ ସପ୍ଲାଏ ସିଷ୍ଟମରେ ସଟ ସର୍କିଟରୁ ହୋଇଥିବା ସୂଚନା ମିଳିଛି । ପୋଲିସ୍‌ ଏହି ଘଟଣାରେ ବିଲଡିଂର ମାଲିକ ଅନସର ପଟେଲଙ୍କୁ ଅଟକ ରଖିବା ସହ ମାମଲା ରୁଜୁ କରିଛି। ବିଲଡିଂ ତିଆରି କରିଥିଲେ ମଧ୍ୟ ସେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରି ନଥିବାରୁ ପୋଲିସ୍‌ ତାଙ୍କ ନାଁରେ ସଙ୍ଗୀନ ଦଫା ସବୁ ଲଗାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com