ଅନ୍ୟାନ୍ୟ

ପୁରୀ ସମୁଦ୍ରରେ ଗାଧୋଇବାବେଳେ ଭାସିଯାଇ ମହିଳା ମୃତ

ପୁରୀ, ୦୯/୦୮/୨୦୨୨-  ପୁରୀ ବେଳାଭୂମିରେ ଗାଧୋଇବାବେଳେ ସମୁଦ୍ରରେ ଭାସିଗଲେ ୩ ଜଣ ପର୍ଯ୍ୟଟକ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ରାୟଗଡ଼ର ମିନାକ୍ଷୀ ନାୟକ । ମୃତ ମିନାକ୍ଷୀଙ୍କ ଘର ଛତିଶଗଡ଼ ରାୟଗଡ ଅଞ୍ଚଳରେ ବୋଲି ଜଣାପଡିଛି । ମିନାକ୍ଷୀଙ୍କ ସମେତ ୬ ଜଣ ଛତିଶଗଡ଼ରୁ ପୁରୀ ବୁଲିବାକୁ ଆସିଥିଲେ । ସେମାନେ ପୁରୀର ଏକ ହୋଟେଲରେ ରହୁଥିବାବେଳେ ମଙ୍ଗଳବାର ସକାଳେ ସମୁଦ୍ର ବୁଲିବାକୁ ଯାଇଥିଲେ । ଦିନ ପ୍ରାୟ ସାଢେ ୧୧ଟା ସମୟରେ ସେକ୍ଟର-୧ ର ଦିଗବାରେଣି ଖୁଣ୍ଟି ବେଳାଭୂମିରେ ମିନାକ୍ଷୀ ତାଙ୍କ ପରିବାରର ଅନ୍ୟ ପାଞ୍ଚ ଜଣଙ୍କ ସହ ଗାଧୋଉଥିବାବେଳେ  ହଠାତ୍ ତାଙ୍କ ସମେତ ପରିବାରର ଆଉ ୨ ଜଣ ଭାସିଯାଇଥିଲେ । ତେବେ ଭାସିଯାଇଥିବା ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ସମୟ ପରେ ମିନାକ୍ଷଙ୍କୁ ବ୍ଲୁ ଫ୍ଲାଗ ବିଚ୍ ସମୁଦ୍ରରୁ ଉଦ୍ଧାର କରାଯାଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମୁଦ୍ରକୂଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com