ଅନ୍ୟାନ୍ୟ

ୟୁକ୍ରେନରେ ଢାଲ ହେଲା ତ୍ରିରଙ୍ଗା, ଭାରତୀୟ ସହ ପାକିସ୍ତାନ ଓ ତୁର୍କୀ ଛାତ୍ରଛାତ୍ରୀ ଏମିତି ହେଉଛନ୍ତି ପାର୍

ନୂଆଦିଲ୍ଲୀ : ଯୁକ୍ରେନରେ ଲଗାତାର ଜାରି ରହିଛି ହମଲା । ଚାରିପଟୁ ଘେରି ରହିଛନ୍ତି ଋଷ ସେନା । ତେବେ ଏଭଳି ସ୍ଥିତିରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଜାରି ରହିଛି ଉଦ୍ୟମ । ହେଲେ ଏହି କେବଳ ଭାରତ ନୁହେଁ ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ରକ୍ଷା କବଚ ସାଜିଛି ଭାରତର ତ୍ରିରଙ୍ଗା ।
ୟୁକ୍ରେନରୁ ନଜର ଆସିଛି ଏମିତି ଚିତ୍ର ଯାହା ଭାରୀତୟ ବୋଲି ଗର୍ବ ଅନୁଭବ କରିବ । କାରଣ ତ୍ରିରଙ୍ଗା କେବଳ ଭାରତୀୟ ଛାତ୍ର ନିସ୍ତାର ପାଉନାହାଁନ୍ତି, ଅନେକ ପାକିସ୍ତାନୀ ଓ ତୁର୍କୀ ଛାତ୍ରଛାତ୍ରୀ ମଧ୍ୟ ତ୍ରିରଙ୍ଗା ଦେଖାଇ ବର୍ଡର ପାର କରିଛନ୍ତି । ୟୁକ୍ରେନରୁ ରୋମାନିଆର ବୁଖାରିଷ୍ଟ ସହର ପହଞ୍ଚିଥିବା ଭାରତୀୟ ଛାତ୍ର କହିଛନ୍ତି ଯେଣ ସତରେ ଆମେ ଗର୍ବୀତ ।
ଆମର ଜାତୀୟ ପତାକା ନା କେବଳ ଆମର ବରଂ ତୁର୍କୀ ଓ ପାକିସ୍ତାନୀଙ୍କୁ ଜୀବନ ବଞ୍ଚାଇଛି । ବିପଦ ମୁକ୍ତ କରି ରଖିଛି । ସୂଚନା ଥାଉକି, ୟୁକ୍ରେନରେ ଫସିଥିବା ନାଗରିକଙ୍କୁ ନିଜ ଦେଶକୁ ଆଣିବାକୁ ଜାରି ରହିଛି ଅପରେସନ ଗଙ୍ଗା । ଏମିତିକି ଏହି ଅପରେସନରେ ବାୟୁସେନା ବି ସାମିଲ ହୋଇଛି । ଦକ୍ଷିଣ ୟୁକ୍ରେନର ଓଡେଶାରୁ ଆସିଥିବା ଜଣେ ଡାକ୍ତରୀ ଛାତ୍ର କହିଛନ୍ତି ଯେ ଆମକୁ ୟୁକ୍ରେନରେ କୁହାଯାଇଥିଲା ଯେ ଭାରତୀୟ ହେବା ଏବଂ ତ୍ରିରଙ୍ଗା ରଖିବାରେ ଆମକୁ କ୍ଷତି ହେବନି ।
ଏଥିପାଇଁ ଛାତ୍ରମାନେ ବଜାରରୁ ସ୍ପ୍ରେ ପେଣ୍ଟ ଆଣିଥିଲେ, ଯାହା ଦ୍ୱାରା ଭାରତୀୟ ପତାକା ତିଆରି ହୋଇପାରିବ। ଗୋଟିଏ ଛାତ୍ର କହିଛନ୍ତି ମୁଁ ଦୌଡି ମାର୍କେଟ ଯାଇଥିଲି । କଟନ ଓ କଲର ସ୍ପ୍ରେ ଆଣି ପେଣ୍ଟ କରିଥିଲି । ପରେ ସେଥିରୁ ତ୍ରିରଙ୍ଗା ପସ୍ତୁତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ କିଛି ପାକିସ୍ତାନୀ ଓ ତୁର୍କୀ ଛାତ୍ରମାନେ ମଧ୍ୟ ଏହିପରି ଭାବେ ତ୍ରିରଙ୍ଗା ପ୍ରସ୍ତୁତ କରି ତ୍ରିରଙ୍ଗା ଦେଖାଇ ଚେକ୍ ପଏଣ୍ଟ ପାର୍ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com