ଅନ୍ୟାନ୍ୟ

ଗଞ୍ଜେଇ ଗାଡ଼ିକୁ ଧରିବାକୁ ଯାଇ ପୋଲିସ ଆହତ

ମୋହନା, ୨୩/୦୧/୨୦୨୩ –   ଗଜପତି ଜିଲ୍ଲା ମୋହନା ଥାନା କିରତିଂ ଗାଁ ନିକଟରେ ଗଞ୍ଜେଇ ଗାଡ଼ିକୁ ଧରିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛି ପୋଲିସ ଗାଡ଼ି । ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗାଡ଼ିକୁ ପିଛା କରିଥିଲେ ମୋହନା ଥାନା ASI ଏଲଭି ପ୍ରସାଦ । କିନ୍ତୁ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଯାହାଦ୍ୱାରା ASI ଏଲଭି ପ୍ରସାଦ ଗୁରୁତର ଆହତ ହୋଇଥିଲେ ।

ତାଙ୍କୁ ପ୍ରଥମେ ମୋହନା ମେଡ଼ିକାଲ ଅଣାଯିବା ସହ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି । ତେବେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଘଟଣାସ୍ଥଳରୁ ଖସିଯିବାରେ ସମର୍ଥ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com