ଅନ୍ୟାନ୍ୟ

୩୦୦ ଫୁଟ ତଳକୁ ଖସିପଡିଲା କାର, ସ୍ମାର୍ଟଫୋନ ବଞ୍ଚେଇଦେଲା ଦୁଇ ଜଣଙ୍କ ଜୀବନ !

ଭୁବନେଶ୍ୱର: ବଜାରରେ ବିଭିନ୍ନ ବ୍ରାଣ୍ଡର ଫୋନ୍ ଉପଲବ୍ଧ କିନ୍ତୁ ଗ୍ରାହକମାନେ ବିଶ୍ୱାସ କରନ୍ତି ଯେ ଆଇଫୋନ୍ ହେଉଛି ସର୍ବୋତ୍ତମ ସ୍ମାର୍ଟଫୋନ୍ । ନିକଟରେ ଆଇଫୋନ୍ ୧୪ ଫୋନ୍ ଏପରି ଚମତ୍କାର କରିଛି ଯେ ଦୁଇ ଜଣଙ୍କ ଜୀବନ ରକ୍ଷା ପାଇପାରିଛି।

ଖବର ଅନୁଯାୟୀ, ଆଇଫୋନ୍ ୧୪ ଆମେରିକାର କାଲିଫର୍ନିଆରେ ଦୁଇ ଜଣଙ୍କ ଜୀବନ ରକ୍ଷା କରିଥିଲା। କିନ୍ତୁ ଆପଣ ଭାବୁଥିବେ ଯେ ଫୋନରୁ ଏହା କିପରି ସମ୍ଭବ। କିନ୍ତୁ ଏହା ସଂପୂର୍ଣ୍ଣ ସତ, ବାସ୍ତବରେ ଦୁଇଜଣ ବ୍ୟକ୍ତି ନିଜ କାରରେ ଯାଉଥିଲେ, କାରଟି ପାହାଡ଼ ଉପରୁ ପ୍ରାୟ ୩୦୦ ଫୁଟ ତଳକୁ ଖସିପଡିଥିଲା। ହେଲେ ଚମତ୍କାରର ବିଷୟ, କାରଟି ଗୋଟିଏ ସ୍ଥାନରେ ଅଟକି ଯାଇଥିଲା, ଯେଉଁ କାରଣରୁ ଦୁଇଜଣ ସୁରକ୍ଷିତ ଥିଲେ । ହେଲେ ଫୋନରେ କୌଣସି ନେଟୱାର୍କ ନଥିବାରୁ କାହାକୁ ସାହାଯ୍ୟ ପାଇଁ ଡାକିପାରିନଥିଲେ।

ଆଇଫୋନ୍ ସ୍ମାର୍ଟଫୋନର SOS ଫିଚର୍ସ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଚିହ୍ନଟ କରିଥିଲା । ଯେହେତୁ ଫୋନରେ ନେଟୱାର୍କ ନଥିଲା, ତେଣୁ ଫିଚର୍ସ ଏକ ସାଟେଲାଇଟ ଟେକ୍ସ ମେସେଜ ପଠାଇଥିଲା ଯାହା ଆପଲ୍ ର ରିଲେ ସେଣ୍ଟରରେ ପହଞ୍ଚିଥିଲା। ଏହିପରି ବାର୍ତ୍ତା ପ୍ରବେଶ କରିବାକୁ କର୍ମଚାରୀ ଅଛନ୍ତି। କର୍ମଚାରୀମାନେ ତୁରନ୍ତ ସେଠାରେ ପହଞ୍ଚି ପୋଲିସ ଏବଂ ଉଦ୍ଧାରକାରୀ ଦଳକୁ ସୂଚନା ଦେଇଥିଲେ। ପରେ ହେଲିକପ୍ଟର ସାହାଯ୍ୟରେ ଦୁଇ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ମୋଣ୍ଟେରୋସ୍ ସର୍ଚ୍ଚ ଟିମ୍ ମଧ୍ୟ ଏହି ଘଟଣା ସହ ଜଡିତ ଏକ ଭିଡିଓ ନିଜ ଟ୍ୱିଟରରେ ପୋଷ୍ଟ କରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com