ଅନ୍ୟାନ୍ୟ

ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣାରେ ଚାଲିଛି ଉଦ୍ଧାରକାର୍ଯ୍ୟ

ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣାକୁ ବିତିଲାଣି ଆଠ ଦିନ । ସୁଡଙ୍ଗ ଭିତରେ ଫଶିରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । କିପରି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ସେଥିପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ଉଦ୍ଧାରକାରୀ ଟିମ୍। ଖାଦ୍ୟ, ପାନୀୟ ଓ ଅମ୍ଳଜାନ ପଠାଯିବା ସହ ଶ୍ରମିକମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି। ଉଦ୍ଧାରକାର୍ୟ୍ୟକୁ ଆଉ ୪ରୁ ୫ ଦିନ ଲାଗିପାରେ ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ।

() ଶ୍ରମିକମାନଙ୍କ ନିକଟରେ ପହଞ୍ଚିବା ପାଇଁ ଅଧିକାରୀମାନେ ଆଜି ପାହାଡର ଶିଖରରୁ ଏକ ଭୂଲମ୍ବ ଗର୍ତ୍ତ କରୁଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରରୁ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରିଲିଂ ମେସିନ୍ ଅଣାଯିବା ପରେ ଶନିବାର ସନ୍ଧ୍ୟାରୁ ଡ୍ରିଲିଂ କାର୍ୟ୍ୟ ଆରମ୍ଭ ହୋଇଛି।ଅନ୍ୟପଟେ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ସହ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର ଏକ ଟିମ୍ ଏକାଧିକ ପ୍ଲାନିଂ ଉପରେ କାର୍ୟ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ମଧ୍ୟ ଏଜେନ୍ସିମାନଙ୍କ ସହ ପାଞ୍ଚଟି ବିକଳ୍ପ ପଥ ଉପରେ ଆଲୋଚନା କରାଯାଇଛି।

ସେହିପରି ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, “ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ହେଲେ କେବଳ ଗୋଟିଏ ଯୋଜନା ନୁହେଁ ଏକାଧିକ ଯୋଜନା ଉପରେ କାର୍ୟ୍ୟ କରିବା ଉଚିତ୍। ଉଦ୍ଧାରକାରୀ ଟିମର ମିଳିତ ପ୍ରୟାସରେ ଚାରିରୁ ପାଞ୍ଚ ଦିନ ମଧ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଛି। ଯଦି ଭଗବାନଙ୍କ ଦୟା ହୁଏ ତେବେ ଆହୁରି କମ୍ ସମୟ ମଧ୍ୟରେ ଶ୍ରମିକମାନେ ଉଦ୍ଧାର ହୋଇପାରିବ।”

Related Articles

Back to top button
WP Twitter Auto Publish Powered By : XYZScripts.com