ଓଡ଼ିଶା

ମାନସ ସ୍ୱାଇଁ ହତ୍ୟା ମାମଲା, ଚାନ୍ଦବାଲି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ୮ ଅଭିଯୁକ୍ତ

ଚାନ୍ଦବାଲି() ମାନସ ସ୍ୱାଇଁ ହତ୍ୟା ମାମଲା । କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀଙ୍କ ସମେତ ୮ଜଣଙ୍କୁ ଚାନ୍ଦାବାଲି କୋର୍ଟରେ ହାଜର କରାଯାଇଛି ।

ଖବର ଅନୁଯାୟୀ, କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ଇତିମଧ୍ୟରେ ୨ ମାସରୁ ଅଧିକ ଦିନ ବିତିଗଲାଣି । ଏହି ସମୟ ମଧ୍ୟରେ ପୋଲିସ ପ୍ରାୟତଃ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାରେ ଅଧିକ ତଥ୍ୟ ଯୋଗାଡ ପାଇଁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ଜୋରଦାର କରୁଛି । ଏହି କ୍ରମରେ ଆଜି ଭଦ୍ରକ ଉପକାରାଗାରରୁ ୮ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି । ଆସନ୍ତା ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com