ଜାତୀୟମନୋରଞ୍ଜନ

ଫିଲ୍ମ ‘ଦି କାଶ୍ମୀର ଫାଇଲ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଥାନାରେ ମାମଲା

ମୁମ୍ବାଇ: ଫିଲ୍ମ ‘ଦି କାଶ୍ମୀର ଫାଇଲ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ। ଭୋପାଳବାସୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ମାମଲା ରୁଜୁ ହୋଇଛି। ଭୋପାଳବାସୀଙ୍କୁ ଲୋକେ ଅନେକ ସମୟରେ ସମଲିଙ୍ଗୀ ବୋଲି ଭାବନ୍ତି ବୋଲି ବିବେକ ଏକ ସାକ୍ଷାତ୍‌ କାରରେ କହିଥିଲେ। ଏହାପରେ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
ଏହି ଘଟଣାରେ ମୁମ୍ବାଇର ଭର୍ସୋଭା ପୁଲିସ୍ ଷ୍ଟେସନ୍‌ରେ ବିବେକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ୨୭ ବର୍ଷୀୟ ପିଆର୍‌ ମ୍ୟାନେଜର ରୋହିତ ପାଣ୍ଡେ। ରୋହିତ ନିଜେ ଭୋପାଳବାସୀ ହୋଇଥିବା ବେଳେ ତୁରନ୍ତ ତାଙ୍କ ମାମଲା ପଞ୍ଜିକୃତ କରାଯାଉ ବୋଲି ସେ ଦାବି କରିଛନ୍ତି।
ଏକ ସାକ୍ଷାତ୍‌କାର୍‌ରେ ବିବେକ କହିଥିଲେ ଯେ ଭୋପାଳବାସୀଙ୍କର ନୱାବୀ ଈଚ୍ଛା ପାଇଁ ଲୋକମାନେ ଅନେକ ସମୟରେ ତାଙ୍କୁ ସମଲିଙ୍ଗୀ ବୋଲି ଭାବନ୍ତି। ଏହି ସାକ୍ଷାତ୍‌କାରର ଭିଡିଓ କ୍ଲିପ୍‌ ଭାଇରାଲ୍ ହେବା ପରେ ବିବାଦ ବଢ଼ିବାରେ ଲାଗିଛି। ଭାଇରାଲ୍‌ ହେଉଥିବା ଭିଡିଓରେ ବିବେକ କହୁଛନ୍ତି ” ମୁଁ ଭୋପାଳରୁ ଆସିଛି। କିନ୍ତୁ ମୁଁ ନିଜକୁ ଭୋପାଳି ବୋଲି କହେ ନାହିଁ। କାରଣ ଏହା ଲୋକମାନଙ୍କ ମନରେ ଗୋଟେ ଅଲଗା ଧାରଣ ସୃଷ୍ଟି କରେ। ଯଦି କେହି ଜଣେ ନିଜକୁ ଭୋପାଳୀ ବୋଲି କହେ ସାଧାରଣ ଲୋକମାନ ତାଙ୍କର ନୱାବୀ ଚିନ୍ତାଧାର ପାଇଁ ତାଙ୍କୁ ସମଲିଙ୍ଗୀ ବୋଲି ଭାବନ୍ତି।”
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାଶ୍ମୀର ଉପରେ ଫିଲ୍ମ ତିଆରି କରି ଏଇ କିଛିଦିନ ହେବ ସେ ଖବରର ସିରୋନାମାରେ ରହିଆସୁଛନ୍ତି। ଗତକାଲି ସେ ମଧ୍ୟପ୍ରଦେଶର ଏକ ଜେନୋସାଇଡ୍‌ ମ୍ୟୁଜିୟମ ନିର୍ମାଣ କରିବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଠାରୁ ଅନୁମତି ଚାହିଁଥିଲେ। ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com