Featuredଜାତୀୟ

ନିର୍ମାଣ ହେବ ଯୋଗୀଙ୍କ ୧୦୧ଫୁଟର ଭବ୍ୟ ମନ୍ଦିର

ରାମ ନଗରୀ ଅଯୋଧ୍ୟାରେ ଏବେ ଏଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଯାଉଛନ୍ତି ତାଙ୍କର ସମର୍ଥକ । ଏହି ମନ୍ଦିରର ନିର୍ମାଣ ଯୋଗୀଙ୍କ ପ୍ରଚାରକ ପ୍ରଭାକର ମୌର୍ଯ୍ୟ ନିର୍ମାଣ କରିବାକୁ ଯାଉଛନ୍ତି । ଏନେଇ ଚଳିତମାସ ୨୪ ତାରିଖରେ ଭୂମି ପୂଜନ ହେବାକୁ ଯାଉଛି । ଏହି ଭୂମିପୂଜନ ଉତ୍ସବରେ ରାମଲାଲାଙ୍କ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କରିବେ । ଏହି ଅବସରରେ ହନୁମାନଗଢୀର ପୂଜାରୀ ରାଜୁ ଦାସଙ୍କ ସମେତ ଅନେକ ସନ୍ଥ ସାମିଲ ହେବେ ବୋଲି କୁହାଯାଇଛି ।

ସୂଚନା ମୁତାବକ ଶ୍ରୀଯୋଗୀଙ୍କର ଏହି ମନ୍ଦିରର ଉଚ୍ଚତା ୧୦୧ ଫୁଟ ରହିବ । ଏହା ସହ ମନ୍ଦିରର ଲମ୍ବ ଓ ପ୍ରସ୍ଥ ୫୦ଫୁଟ ଲେଖାଏଁ ରହିବ । ଏହି ମନ୍ଦିର ନିର୍ମାଣରେ ଆନୁମାନିକ ୪କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରଭାକର ମୌର୍ଯ୍ୟ ତାଙ୍କ ୟୁଟ୍ୟୁବ ଚ୍ୟାନେଲରୁ ମିଳୁଥିବା ଟଙ୍କା ସହ କିଛି ମୁସଲିମ ସମର୍ଥକଙ୍କ ଦାନରେ ଏହି ମନ୍ଦିର ନିର୍ମାଣ କରାଯିବ ।

ସେପଟେ ଭୂମିପୂଜନ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରାଯାଇଛି । ମନ୍ଦିର ନିର୍ମାଣ ପାଇଁ ୫ବର୍ଷ ସମୟ ଲାଗିବ । ମନ୍ଦିରରେ ଭଗବାନଙ୍କ ମୂର୍ତ୍ତିଙ୍କ ସ୍ଥାନରେ ଯୋଗୀ ଆଦିତ୍ୟନାଥଙ୍କ ମୂର୍ତ୍ତି ସ୍ଥାପିତ କରାଯିବ । ଇଶ୍ୱରଙ୍କ ଭଳି ଦୈନିକ ସଂନ୍ଧ୍ୟା ଓ ସକାଳେ ପୂଜା ଅର୍ଚ୍ଚନା କରାଯିବା ସହ ସଂନ୍ଧ୍ୟାରେ ଆଳତୀ କରାଯିବ ।

ସେପଟେ ଏହି ମନ୍ଦିର ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ମନ୍ଦିର ନିର୍ମାଣ ନେଇ ଯୋଗୀ ଅନୁମତି ଦେବେ କି ନାହିଁ ବୋଲି କିଛି ସ୍ପଷ୍ଟ ହୋଇନାହିଁ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଏକ ମନ୍ଦିର ମଧ୍ୟ ନିର୍ମାଣ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com