ଜାତୀୟ

ନଦିଆରୁ ପୁଣି ଆସିଲା ଦୁଷ୍କର୍ମ ଓ ହତ୍ୟା ମାମଲା; ଫାସିରେ ଝୁଲୁଥିବା ଅବସ୍ଥାରେ ମିଳିଲା ନାବାଳିକାଙ୍କ ମୃତଦେହ

ଧନତାଲା() ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ହଂସଖଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ କଥିତ ଭାବେ ଦୁଷ୍କର୍ମ ଓ ମୃତ୍ୟୁ ଘଟଣାର କିଛିଦିନ ପରେ ପୁଣି ସେଠାରେ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ଘଟଣା ଅନୁସାରେ ନଦିଆ ଜିଲ୍ଲାରେ ଜଣେ ନାବାଳିକା ତାଙ୍କ ସମ୍ପର୍କୀୟଙ୍କ ଘରେ ଫାସିରେ ଝୁଲୁଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ତାର ବାପା ଅଭିଯୋଗ କରିଛନ୍ତି।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ମୃତ ନାବାଳିକାର ବାପାଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ ଅଭିଯୋଗ ହୋଇଛିଯେ ୧୫ ବର୍ଷୀୟା ନାବାଳିକା ଜଣଙ୍କ ଧନତାଲାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ସମ୍ପର୍କୀୟ ନାବାଳିକା ସହିତ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଛନ୍ତି । ସେ କହିଛନ୍ତି ନାବାଳିକାର ଶବ ତାଙ୍କ ସମ୍ପର୍କୀୟଙ୍କ ଘରେ ଫାସିରେ ଝୁଲୁଥିବା ଅବସ୍ଥାରେ ମିଳିଛି।

ପୋଲିସ ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି ଏହି ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିଛି। କିନ୍ତୁ ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରେ ଅଭିଯୁକ୍ତ ସାମିଲ ଅଛି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ  ହୋଇନାହିଁ। ଅଭିଯୋଗ ହେବାପରେ ମୃତ ନାବାଳିକାର ଶବକୁ ବ୍ୟବଚ୍ଛେଦ କରାଯାଇଛି । କିନ୍ତୁ ଏହି ବ୍ୟବଚ୍ଛେଦ ରିପୋର୍ଟରେ ନାବାଳିକାର ବାପା ସନ୍ତୁଷ୍ଟ ନୁହଁନ୍ତି। ତେଣୁ ସେ ମୃତଦେହକୁ  ଆଉଥରେ ପରୀକ୍ଷା ନିରିକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି। ନାବାଳିକାର ବାପା କଣ ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ସନ୍ତୁଷ୍ଟ ନାହାନ୍ତି  ସେ ନେଇ ପୋଲିସ କିଛି କହିନାହିଁ। ମୃତଦେହକୁ ଆଉଥରେ ପରୀକ୍ଷା ନିରିକ୍ଷା ପାଇଁ କରାଯାଇଥିବା ଆବେଦନକୁ  ସ୍ଥାନୀୟ ଅଦାଲତ ସ୍ୱୀକାର କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com