ଜାତୀୟ

OLA ଇଲେକ୍ଟ୍ରିକ୍ କାର୍ ର ପ୍ରଥମ ଲୁକ୍

ସ୍ୱତନ୍ତ୍ରତା ଦିବସ ଅବସରରେ ଓଲା ଇଲେକ୍ଟ୍ରିକ୍ ଆଜି ବଡ଼ ଘୋଷଣା କରିଛି । କମ୍ପାନୀ ନିଜର ପ୍ରଥମ ଇଲେକ୍ଟ୍ରିକ୍ କାର୍ ର ଏକ ଝଲକ ଦୁନିଆକୁ ଦେଖାଇଛି । ଏହା ସହ କମ୍ପାନୀ ନୂଆ ସ୍କୁଟର ଓଲା ଏସ-୧ ମଧ୍ୟ ଲଞ୍ଚ କରିଛି । କମ୍ପାନୀ ସିଇଓ ଭାବେଶ ଅଗ୍ରୱାଲ କହିଛନ୍ତି ଯେ ଓଲା ଏସ-୧ ର ପ୍ରାରମ୍ଭିକ ଦାମ୍ ୯୯,୯୯୯ ଟଙ୍କା ରହିବ । ଭାବେଶ ଅଗ୍ରୱାଲ ଓଲାର ପ୍ରଥମ ଇଲେକ୍ଟ୍ରିକ୍ କାରର ଝଲକ ଦେଖାଇଛନ୍ତି । ସେ କହିଛନ୍ତି ଯେ ଏହା ଓଲାର ପ୍ରଥମ ଇଲେକ୍ଟ୍ରିକ୍ କାର୍ ଯାହା ୨୦୨୪ ରେ ଆସିବ ଏବଂ ଲେଟେଷ୍ଟ ଟେକ୍ନୋଲୋଜି ଦ୍ୱାରା ଖଚିତ । ଓଲାର ଇଲେକ୍ଟ୍ରିକ୍ କାର୍ ର ରେଞ୍ଜ ୫୦୦ କିଲୋମିଟର ହେବ । ଯାହା ୦-୧୦୦ ଚାରି ସେକେଣ୍ଡ ମଧ୍ୟରେ ଛୁଇଁପାରିବ ।

କୁହାଯାଉଛି ଏହା ସିଡାନ୍ କ୍ଲାସ୍ ହେବ । ଓଲା ଇଲେକ୍ଟ୍ରିକ୍ କାରରେ ଅଲ୍-ଗ୍ଲାସ୍ ରୁଫ୍ ହେବ । ଏହି କାରକୁ ଏରୋ ଡାଇନାମିକ୍ କୁ ଉତ୍ତମ କରାଇବ । ଭାବେଶ ଅଗ୍ରୱାଲ କହିଛନ୍ତି ଯେ ଓଲା କାର୍ କେବଳ ଚାବି ବିହୀନ ହେବ ନାହିଁ, ବରଂ ଏହା ହ୍ୟାଣ୍ଡେଲ ଲେସ୍ ମଧ୍ୟ ହେବ । ଏଥିରେ ଅଟୋମେଟିକ୍ ଡ୍ରାଇଭିଙ୍ଗ୍ ଫିଚର ମଧ୍ୟ ମିଳିବ । ସେ ଦାବି କରିଛନ୍ତି ଯେ ଆମର କାର୍ ସବୁଠୁ ଦ୍ରୁତ ମଧ୍ୟ ହେବ । ସେ କହିଛନ୍ତି ଯେ ଏହା ଭାରତରେ ନିର୍ମିତ ଏପର୍ଯ୍ୟନ୍ତର ସବୁଠୁ ବଢ଼ିଆ ସ୍ପୋର୍ଟୀ କାର୍ ହେବ । ଏହାର ତାମିଲନାଡୁ ଫ୍ୟାକ୍ଟ୍ରିରେ ନିର୍ମାଣ କରାଯିବ । ଏହି ଫ୍ୟାକ୍ଟ୍ରିରେ ୨ ପ୍ଲାଟଫର୍ମରେ ୬ କାର୍ ତିଆରି କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com