ଅନ୍ୟାନ୍ୟ

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

୨୦୨୪ ବର୍ଷରେ ହେବାକୁ ଥିବା କିଛି ଘଟଣାକୁ ନେଇ ବହୁ ପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ବୁଲଗେରିଆର ଅନ୍ଧ ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗା ।୨୦୨୪ ପାଇଁ ଭେଙ୍ଗା ବାବା କରିଥିବା ଭବିଷ୍ୟବାଣୀ ଭିତରେ ସବୁଠାରୁ ବଡ଼ ଘଟଣା ହେଉଛି ପୁତିନଙ୍କ ହତ୍ୟା । ଏହିବର୍ଷ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କୁ ହତ୍ୟା କରାଯାଇପାରେ ବୋଲି ଭବିଷ୍ୟବାଣୀ କରିଛନ୍ତି ଭେଙ୍ଗା ବାବା । ଏଥିପାଇଁ ଜଣେ ଋଷ ନାଗରିକ ହିଁ ଅଭିଯୁକ୍ତ ରହିବେ ବୋଲି ମଧ୍ୟ ସେ ନିଜ ଭବିଷ୍ୟବାଣୀ କହିଛନ୍ତି ।

ସାରା ୟୁରୋପରେ ଆତଙ୍କବାଦୀ ବୃଦ୍ଧିକୁ ନେଇ ମଧ୍ୟ ଭେଙ୍ଗା ବାବା ଭବିଷ୍ୟବାଣୀ କରିଛନ୍ତି । ତେବେ ଏହାର ସମାଧାର ପାଇଁ ମଧ୍ୟ ସେ ରାସ୍ତା ଦେଖାଇଛନ୍ତି । ସେ କହିଛନ୍ତି ଯେ, ବିଶ୍ୱର ଏକ ପ୍ରମୁଖ ରାଷ୍ଟ୍ର ୨୦୨୪ ମସିହାରେ ଜୈବିକ ଅସ୍ତ୍ରର ପରୀକ୍ଷଣ କରିପାରେ କିମ୍ବା ଆକ୍ରମଣର ସାମ୍ନା କରିପାରେ । ବାବାଙ୍କ ଏହି ଭବିଷ୍ୟବାଣୀ ସମସ୍ତ ୟୁରୋପୀୟ ଦେଶଙ୍କୁ ଚିନ୍ତାରେ ପକାଇ ଦେଇଛି ।

୨୦୨୪ ମସିହାରେ ପ୍ରାକୃତିକ ବିପତ୍ତିର ବୃଦ୍ଧିକୁ ନେଇ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା । ଏଥିରେ ଜଳବାୟୁ ସମ୍ବନ୍ଧୀୟ ଘଟଣାମାନ ସହିତ ବିକିରଣ ସ୍ତରରେ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ସାମିଲ ରହିଛି ।

ଋଣବୃଦ୍ଧି, ବୈଶ୍ୱିକ ସ୍ତରରେ ଉତ୍ତେଜନା ଏବଂ ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ସତ୍ତାରେ ପରିବର୍ତ୍ତନ ଯୋଗୁଁ ଆସନ୍ତା ସମୟରେ ଆର୍ଥିକ ସଂକଟ ହୋଇପାରେ ବୋଲି ଇସାରା ଦେଇଛନ୍ତି ଭବିଷ୍ୟବକ୍ତା ବାବା ଭେଙ୍ଗା ।

ଭେଙ୍ଗା ବାବାଙ୍କ ଅନୁସାରେ, ହ୍ୟାକର୍ସ ମାନେ ପାୱାର ଗ୍ରୀଡ ଏବଂ ୱାଟର ଟ୍ରିଟମେଣ୍ଟ ଫ୍ୟାସିଲିଟି ଭଳି ମହତ୍ତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରକୁ ଟାର୍ଗେଟ କରିପାରନ୍ତି । ଏହାଦ୍ୱାରା ଜାତୀୟ ସୁରକ୍ଷା ଉପରେ ବିପଦ ସୃଷ୍ଟି ହୋଇପାରେ ।

୨୬ ବର୍ଷ ପୂର୍ବରୁ ପ୍ରାଣ ହରାଇ ସାରିଥିବା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇସାରିଛି । ଏଥିରେ ୯/୧୧ ଆକ୍ରମଣ ଏବଂ ୟୁକ୍ରେନ ଯୁଦ୍ଧ ଇତ୍ୟାଦି ସମିଲ ରହିଛି । ତେବେ ୨୦୨୪ ପାଇଁ ସେ ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି । ତେବେ ଭେଙ୍ଗାବାବାଙ୍କ ଭବିଷ୍ୟବାଣୀର କୌଣସି ବିଜ୍ଞାନସମ୍ମତ ପ୍ରମାଣ ନାହିଁ । କିନ୍ତୁ ତାଙ୍କର କିଛି ଭବିଷ୍ୟବାଣୀ ସତ ହେବାର ଦେଖା ଯାଇଥିବାରୁ ଏସବୁ ଭବିଷ୍ୟବାଣୀ ମଧ୍ୟ ସତ ହେବ ବୋଲି ଆଶଙ୍କା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com