ଅନ୍ୟାନ୍ୟ

ଶତପ୍ରତିଶତ ପାସ୍ ହେବାର ପ୍ରତିଶ୍ରୁତି ଦେଇ ଫସିଲା କୋଚିଂ ସଂସ୍ଥା

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ମହଙ୍ଗା ପଡ଼ିଲା ଶତପ୍ରତିଶତ ଫିସ୍ ଫେରସ୍ତର ପ୍ରତିଶ୍ରୁତି । ଘାଟା ହେଲା ବ୍ୟବସାୟ, ଚିତ୍‌ପଟାଙ୍ଗ ମାରିଲେ ବ୍ୟବସାୟୀ ମା-ପୁଅ । କୋଟିପତିରୁ ପାଲଟିଗଲେ ରାସ୍ତା କଡ଼ର ଭିକାରିା ବର୍ତ୍ତମାନ ସମୟରେ ସରକାରୀ ଚାକିରି ପାଇବା ଯେତିକି କଷ୍ଟ ତାଠୁ ଅଧିକା ହେଲାଣି ପାଠପଢ଼ା ଖର୍ଚ୍ଚ । ଯାହାର ଲାଭ ଉଠାଉଛନ୍ତି କିଛି ଅସାଧୁ ସଂସ୍ଥା । ପିଲାଙ୍କୁ କୋଚିଂ ଦେବା ସହ ଶତ ପ୍ରତିଶତ ସଫଳତାର ଗ୍ୟାରେଣ୍ଟି ଦେଇ ଅଭିଭାବକଙ୍କଠାରୁ ଲୁଟୁଛନ୍ତି ମୋଟା ଅଙ୍କର ଟଙ୍କା । ଆଉ କିଛି ସଂସ୍ଥା ଲୋଭର ବଶବର୍ତ୍ତି ହୋଇ କିଛି ଅଭିନବ ଅଫର ମଧ୍ୟ ଦେଉଛନ୍ତି । ତେବେ ଏହି ଭଳି ଅଫର ଦେଇ ଠକିଛି ଏକ ସଂସ୍ଥା ।

ଆଡମିସନ୍ ସମୟରେ ପିଲାଙ୍କୁ ସଂସ୍ଥା ପକ୍ଷରୁ କୁହାଯାଇଥିଲା ଯେ ଯଦି ଶତ ପ୍ରତିଶତ ସଫଳତା ନମିଳେ ତେବେ କମ୍ପାନୀ ବିଦ୍ୟାର୍ଥୀଙ୍କୁ ଶତପ୍ରତିଶତ ଅର୍ଥ ଫେରସ୍ତ କରିବ । ସେପଟେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଅଧିକାଂଶ ଛାତ୍ରଛାତ୍ରୀ ଫେଲ୍ ହେବାରୁ ଏବେ ସଂସ୍ଥାର ମାଲିକ କୋଟିପତିରୁ ଦାଣ୍ଡର ଭିକାରି ହୋଇଛି । କମ୍ପାନୀ ପାଖରେ ୨୧ ଅରବ ଡଲାର ଥିବାବେଳେ ପତ୍ତନ କାରଣରୁ ଏବେ ଏହା ୨୦ ଅରବ ଡଲାର କ୍ଷତି ସହିଛି। ଏହି ଘଟଣା ଘଟିଛି ଚୀନ୍‌ରେ । ବୈଷୟିକ ଫାର୍ମ ଅଫ ସିଏନ ଏଜୁକେସନ ଟେକ୍ନୋଲୋଜିର ମାଲିକ ମା-ପୁଅ ଲୁ ଝୋଙ୍ଗପାଙ୍ଗ ଓ ଲି ଜୋଙ୍ଗଜିନ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ୨୦୧୯ରେ ଚୀନରେ ୨୪ ହଜାର ସରକାରୀ ପଦ ପାଇଁ ୧୦ ଲକ୍ଷ ଏବଂ ୨୦୨୨ରେ ୩୭ ୦ଜାର ଚାକିରି ପାଇଁ ୨୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ଏହି ସଂସ୍ଥାରେ ନାମ ଲେଖାଇଥିଲେ । ତେବେ ଅଧିକାଂଶ ପିଲା ଫେଲ୍ ହେବାରୁ ଏବଂ ସଂସ୍ଥାର ଫି’ ଫେରସ୍ତ ପଲିସି କାରଣରୁ କମ୍ପାନୀର ଶେଆରରେ ୮୭ ପ୍ରତିଶତ ହ୍ରାସ ହୋଇଛି । ଫଳରେ ଏବେ ମୁଣ୍ଡରେ ହାତ ଦେଇଛନ୍ତି ସଂସ୍ଥାର ମାଲିକ ମା’-ପୁଅ ।

Related Articles

Back to top button
WP Twitter Auto Publish Powered By : XYZScripts.com