ଅନ୍ୟାନ୍ୟ

ନୌସେନାରେ ସାମିଲ ହେଲା ଆଇଏନଏଏସ ୩୧୬ ସ୍କ୍ୱାଡ୍ରନ୍, ଆକାଶରୁ ଶତ୍ରୁ ଜାହାଜ ଉପରେ ରଖିବ ନଜର

ନୂଆଦିଲ୍ଲୀ :  ଭାରତୀୟ ନୌସେନାରେ ମଙ୍ଗଳବାର ସାମିଲ ହୋଇଛି ଇଣ୍ଡିଆନ ନାଭାଲ ଏୟାର ସ୍କ୍ୱାଡ୍ରନ୍ ୩୧୬ । ଏହାଦ୍ୱାରା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି । ଗୋଆର ଅବସ୍ଥାପିତ ଆଇଏନଏସ ହଂସରେ ଏହାକୁ ନିୟୋଜିତ କରାଯାଇଛି । ଚିଫ୍ ଅଫ୍ ନାଭାଲ ଷ୍ଟାଫ୍ ଆଡମିରାଲ ଆର ହରି କୁମାରଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ କରାଯାଇଥିଲା । ତେହେ ଏହି ସ୍କ୍ୱାଡ୍ରନ୍ ବହୁତ ଶକ୍ତିଶାଳୀ ଓ ଘାତକ ଅଟେ । ନୌସେନାରେ ସାମିଲ ହୋଇଥିବା ଏହା ଦ୍ୱିତୀୟ ଏପରି ସ୍କ୍ୱାଡ୍ରନ୍ ଅଟେ ।
ନୌସେନା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ କହିଛନ୍ତି ଯେ, ଆଜିର ଗତିଶୀଳ ଓ ଜଟିଳ ସୁରକ୍ଷା ସ୍ଥିତିରେ ନୂଆ ସ୍କ୍ୱାଡ୍ରନ୍ ସାମିଲ ହୋଇଛି । ଯାହା ସମୁଦ୍ରରେ ଭାରତର ରକ୍ଷା କରିବ । ଏହାଦ୍ୱାରା ନୌସେନାର ଶକ୍ତି ମଧ୍ୟ ବୃଦ୍ଧି ପାଇଛି ।
ତେବେ ଏହି ଆଇଏନଏଏସ ୩୧୬ ଆକାଶ କାମ କରିଥାଏ । ଏହା ଶତ୍ରୁ ଜାହାଜର ସୂଚନା ପ୍ରଦାନ କରିପାରିବ । ଏପରିକି ମିସାଇଲ ଆକ୍ରମଣ କରିବାର କ୍ଷମତା ମଧ୍ୟ ରହିଛି । ଗୋଆରେ ନିୟୋଜିତ ଏହି ସ୍ୱାଡ୍ରନ୍ ନୌସେନା ଆକାଶରୁ ସାମୁଦ୍ରିକ ସୀମା ଉପରେ ନଜର ରଖିପାରିବ ।
ରିପୋର୍ଟ ଅନୁସାରେ, ଆଇଏନଏଏସ ୩୧୬ ସ୍କ୍ୱାଡ୍ରନ୍ ପାଖରେ ପି୮୧ ମଲ୍ଟି ରୋଲ୍ ଲଙ୍ଗ୍ ରେଞ୍ଜ୍ ମାରିଟାଇମ୍ ରିକଗ୍ନିସେଂସ୍ ଆଣ୍ଟ୍ ଆଣ୍ଟି ସବମେରିନ୍ ଓ୍ୱାରଫେୟାର ଉଡାଜାହାଜ ରହିଛି । ଏହାକୁ ଆମେରିକାର ବୋଇଂ କମ୍ପାନୀ ତିଆରି କରିଛି । ଏଥିରେ ଦୁଇଟି ଇ଼ଞ୍ଜିନ୍ ମଧ୍ୟ ରହିଛି । ଏହା ଆକାଶରୁ ସାମୁଦ୍ରିକ ଜାହାଜ ଓ ସବମେରିନ୍ ଉପରେ ଆକ୍ରମଣ କରିବା ପାଇଁ ସକ୍ଷମ ଅଟେ ।

Related Articles

Back to top button
WP Twitter Auto Publish Powered By : XYZScripts.com