ଅନ୍ୟାନ୍ୟ

ନବ ଦାସଙ୍କ ହତ୍ୟା ପଛରେ ଆହୁରି ବି ଲୋକ ଅଛନ୍ତି !

ଭୁବନେଶ୍ୱର, ୧୩/୦୨/୨୦୨୩ –   ନିକଟରେ କଂଗ୍ରେସରେ ଯୋଗଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏକ ବଡ଼ ବୟାନ ଦେଇଛନ୍ତି । ବିଜୟ କହିଛନ୍ତି, ବୋଧହୁଏ ଗୋପାଳ ନବ ଦାସଙ୍କୁ ମାରିନାହାନ୍ତି । ହତ୍ୟା ପଛରେ ଅନ୍ୟ କାହାର ହାତ ରହିଛି, ଜଣେ A.S.I ଏକା କ’ଣ କାହାକୁ ମାରିପାରିବେ ? ଏନେଇ କ୍ରାଇମବ୍ରାଞ୍ଚ ସତ୍ୟର ଉନ୍ମୋଚନ କରିବା ଦରକାର । ଯଦି କ୍ରାଇମବ୍ରାଞ୍ଚ ଏ କ୍ଷେତ୍ରରେ ସଫଳତା ହାସଲ କରିବାରେ ଅକ୍ଷମ ହେଉଛି, ତେବେ ମାମଲାଟି C.B.Iକୁ ହସ୍ତାନ୍ତର କରାଯିବା ଦରକାର ।

ତେବେ ବିଜୟଙ୍କର ଏହି ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗୋପାଳଙ୍କ ପଛରେ ଅନ୍ୟ କେଉଁମାନେ ରହିଛନ୍ତି, ସେନେଇ ଆଗାମୀ ଦିନରେ ହୁଏତ ଖୁଲାସା ହେବ । ଏହା ମଧ୍ୟରେ ଗୁଜରାଟର ଗାନ୍ଧିନଗରଠାରେ ଗୋପାଳଙ୍କ ନାର୍କୋ ଓ ପଲ୍ଲୀଗ୍ରାଫ ଟେଷ୍ଟ ସରିଛି । ତେବେ ଏହି ଟେଷ୍ଟରୁ ଆଗାମୀ ଦିନରେ କିଛି ଗୁମର ଫିଟିବା ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com