ଅନ୍ୟାନ୍ୟ

ଜମି ଜାଲିଆତି ମାମଲା, ସୁନିଲକୁ ରିମାଣ୍ଡରେ ଆଣିଲା ପୁଲିସ

ବ୍ରହ୍ମପୁର ଅଫିସ ; ୦୪/୦୯   ଅଭିଯୁକ୍ତ ବ୍ରହ୍ମପୁର ଶାସ୍ତ୍ରୀ ନଗରର ସୁନିଲ ୨୦୨୦ ମସିହାରେ ଆମ୍ବପୂଆ ବିମାନଗର ରେ ରହୁଥିବା ରଶ୍ମିତା ସାହୁ ଙ୍କ ଠାରୁ ସାନ କୁଷସ୍ଥଳି ରେ ଜମି ଦେବା ବାବଦକୁ ୧୦ ଲକ୍ଷ ଟଙ୍କା ୨୦୧୯ ରେ ନେଇଥିଲା ।  କିନ୍ତୁ ମହିଳା ଜଣକ ଜାଣିବାକୁ ପାଇଲେ ଯେ ସେହି ଜମି ଟି ଅନ୍ୟ କାହା ନାମରେ ପଟ୍ଟା ରହିଥିବା ଜାଣିପାରି ଟଙ୍କା ଫେରାଇବାକୁ କହିଥିଲେ । ଏ ନେଇ ସେ ୨୦୨୦ ରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କେସ ନଂ ୧୨୦/୨୦  ମାମଲା ରୁଜୁ କରି ତଦନ୍ତ ଚାଲିଥିଲା ଗୋପାଳପୁର ପୁଲିସ  । ଚଳିତ ବର୍ଷ ମଧ୍ୟ ସାଇବର ଥାନା ରେ ଅନ୍ୟ ଜଣକ ଠାରୁ ୪୮ ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ।  ଜେଲ ରୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ଜେଲ ପଠାଇଥିବା ତଦନ୍ତ କାରୀ ଅଧିକାରୀ ଏସ ଆଇ ମହେନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com