ଅନ୍ୟାନ୍ୟ

ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ମହିଳା କିରାଣୀ; ଦୁର୍ନୀତି ନିବାରଣ ହେଲ୍ପ ଲାଇନରେ ହୋଇଥିଲା ଅଭିଯୋଗ

ଚଣ୍ଡୀଗଡ଼ : ପଞ୍ଜାବରେ ଆମ ଆଦମି ପାର୍ଟି ବିଧାନସଭା ନିର୍ବାଚନ ଜିତିବା ପରେ ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହେବାର କିଛି ଦିନ ମଧ୍ୟରେ ଭଗୱନ୍ତ ରାଜ୍ୟର ଦୁର୍ନୀତିକୁ ରୋକିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ରାଜ୍ୟରେ ଦୁର୍ନୀତି ରୋକିବା ପାଇଁ ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ୱର ଜାରି କରା ଯାଇଥିଲା। ଏହି ହେଲ୍ପଲାଇନ ନମ୍ୱରରେ ମିଳିଥିବା ଅଭିଯୋଗ ଅନୁସାରେ ଜଣେ ମହିଳାଙ୍କୁ ପ୍ରଥମେ ଗିରଫ କରାଯାଇଛି। ସେଠାରେ ଏହି ହେଲ୍ପ ଲାଇନ ନମ୍ବର ମାର୍ଚ୍ଚ ୨୩ ତାରିଖ ଦିନ ଲାଗୁ କରାଯାଇଥିଲା । ଗତକାଲି ହୋଇଥିବା ଅଭିଯୋଗ ଅନୁସାରେ ତହସିଲ-୦୧ କାର୍ଯ୍ୟାଳୟର ଜଣେ ମହିଳା କିରାଣୀ ଚାକିରି କରାଇ ଦେବା ପାଇଁ ୪ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ମହିଳା କିରାଣୀଙ୍କୁ ଗିରଫ କରାଯାଇଛି ।
ଗୁରୁବାର କରାଯାଇଥିବା ଅଭିଯୋଗରେ କୁହାଯାଇଛି ତହସିଲ-୧ କାର୍ଯ୍ୟାଳୟର ମହିଳା କିରାଣୀ ୪ଲକ୍ଷ ୮୦ ହଜାର ଟଙ୍କା ଚାକିରି ଦେବା ପାଇଁ ଲାଞ୍ଚ ନେଇଥିଲେ । ଏହି ମହିଳା କିରାଣୀ ଗୋଟିଏ ବର୍ଷରେ ଅଭିଯୋଗକାରୀଙ୍କ ପାଖରୁ ୪ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ। ଅଧିକ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ବେଳେ ୧ ଲକ୍ଷ ଟଙ୍କା ନଗଦ ନେଇଥିଲେ। ସମ୍ପୃକ୍ତା କିରାଣୀ ଜଣଙ୍କ ଦୁଇ ମାସର ଗର୍ଭବତୀ ବୋଲି ଚେକଅପ ପରେ ଜଣା ପଡିଛି ଓ ପରେ ତାଙ୍କୁ ହେପାଜତରେ ନିଆଯାଇଛି । ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରି ଦିଆଯାଇଛି ।
ଏହିଘଟଣାର ତଦନ୍ତ ପରେ କରାଯାଇଥିବା ଅଭିଯୋଗ ସତ ବୋଲି ମନିଟରିଙ୍ଗ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ମନିଟରିଙ୍ଗ ବିଭାଗର ବିସ୍ତୃତ ଯାଞ୍ଚ ପରେ ଗତ ରାତିରେ ସମ୍ପୃକ୍ତା ମହିଳାଙ୍କୁ ଗିରଫ କରାଯାଇଛି । ଅଭିଯୋଗକାରୀଙ୍କ ଝିଅକୁ ଲୁଧିଆନାରେ ଚାକିରି କରାଇ ଦେବା ପାଇଁ ସେହି ମହିଳା କିରାଣୀ ଜଣଙ୍କ ପ୍ରତିଶୃତି ଦେଇଥିଲେ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com