ଅନ୍ୟାନ୍ୟ

ଯୁବତୀଙ୍କ ଗଳା କାଟି ହତ୍ୟା

ଭୁବନେଶ୍ୱର,୧୬/୦୨/୨୦୨୩ –   ଯୁବତୀଙ୍କୁ ଗଳା କାଟି ହତ୍ୟା । ଏପରି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମରୁ । ଯୁବତୀ ଜଣଙ୍କ ଗାଧୋଇବାକୁ ଯାଇଥିଲେ । ଯୁବତୀଙ୍କ ଚିତ୍କାର ଶୁଣି ତାଙ୍କ ବଡ଼ ଓ ସାନ ଭଉଣୀ ପହଞ୍ଚି ରକ୍ଷା କରିବା ପାଇଁ ପ୍ରୟାସ କରିଥିଲେ । ଦୁର୍ବୃତ୍ତର ଆକ୍ରମଣରେ ସାନ ଭଉଣୀଙ୍କ ହାତରେ ଗଭୀର ଆଘାତ ଲାଗିଛି ।

ଘଟଣାସ୍ଥଳରେ ପାଇକମାଳ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର ତଦନ୍ତରେ ସାମିଲ ହୋଇଛନ୍ତି । କେହି ଦୁର୍ବୃତ୍ତ ଯୁବତୀଙ୍କ ଗଳାକାଟି ହତ୍ୟା କରିଥିବା ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com