ଅନ୍ୟାନ୍ୟ

ସୁସ୍ଥ ହେଉଛି ଯୋଡ଼ାମୁଣ୍ଡ ଶିଶୁ ଜଗା

୦୨.୦୯.୨୦୨୨, କନ୍ଧମାଳ ଜିଲ୍ଲା, ସୁସ୍ଥ ହେଉଛି କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା । ସାଧାରଣ ଶିଶୁଙ୍କ ପରି ଜୀବନ ବିତାଉଛି । ଡାକ୍ତରଖାନାର ସ୍ୱତନ୍ତ୍ର କ୍ୟାବିନରୁ ବାହାରି ,ବାହାରେ ବୁଲୁଥିବା ଦେଖିବାକୁ ମିଳିଛି  । କେତେବେଳେ ପାର୍କ ତ କେତେବେଳେ, ମନ୍ଦିର ଓ ବଜାରକୁ ମଧ୍ୟ ବାପାଙ୍କ ସହିତ ବୁଲିବାକୁ ଯାଉଛି ଜଗା । ସକାଳୁ ଜଗା ତା ବାପାଙ୍କ ସହିତ ଚା ଦୋକାନ ଯାଇ ଚାହା ପିଉଛି, ଏବଂ  ମେଡିକାଲ ପରିସରରେ ,ସମସ୍ତ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ବହୁ ସମୟରେ ହସଖୁସି କରୁଥିବା ଦେଖାଯାଇଛି ।

ସକାଳୁ ଜଗା ତା ବାପାଙ୍କ ସହିତ ଚା ଦୋକାନ ଯାଇ ଚାହା ପିଉଛି । ତେବେ ଆଗକୁ କିଭଳି ପୁନର୍ବାର ସଫଳ ଅସ୍ତ୍ରୋପ୍ରଚାର କରି ତା ମୁଣ୍ତରୁ ସବୁ ଦିନ ପାଇଁ ହେଲମେଟ ବାହାରିବ, ସେ ସମୟକୁ ଅପେକ୍ଷା ରହିଛି ବୋଲି ଜଗାର ବାପା ଭୂୟାଁ କହଁର କହିଛନ୍ତି । ଏବେ ଜଗା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗର ଏକ ସ୍ୱତନ୍ତ୍ର କ୍ୟାବିନରେ ରହି ଚିକିତ୍ସିତ ହେଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com