ଅନ୍ୟାନ୍ୟ

ଗିରଫ ଫରେଷ୍ଟର ପ୍ରଦୀପ ପରିଡାଙ୍କର କରାଯିବ ଲାଏ ଡିଟେକ୍ସନ ଟେଷ୍ଟ

ନରସିଂହପୁର, ୦୯/୦୮/୨୦୨୨-  ଆଠଗଡ଼ ବନଖଣ୍ଡର ନରସିଂହପୁର ଅଞ୍ଚଳରୁ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଗିରଫ ଫରେଷ୍ଟର ପ୍ରଦୀପ ପରିଡାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ । ସେଥିପାଇଁ ପ୍ରଦୀପଙ୍କୁ ରାଜ୍ୟ ଫରେନ୍ସିକ ସାଇନ୍ସ ଲାବ୍ରୋଟରୀକୁ ଆଣିଛି ବନ ବିଭାଗ । ହାତୀ ହତ୍ୟାରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ବନ ବିଭାଗ ପ୍ରଶ୍ନ କରିବ । ଅଗଷ୍ଟ ୧ ରେ ଗିରଫ ହେବା ପରେ ତାଙ୍କୁ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡରେ ଆଣିଛି ବନ ବିଭାଗ । ଗତ କିଛି ଦିନ ତଳେ ଆଗଗଡ ବନଖଣ୍ଡ ଅଞ୍ଚଳରୁ ହାତୀ କଙ୍କାଳ ମିଳିବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଥିଲା । ଏବେ ସେହି କଙ୍କାଳକୁ ଓୟୁଏଟିରେ ରଖି ଯାଞ୍ଚ କରାଯାଉଛି । ସେହିପରି ତଦନ୍ତକୁ ସହଜ କରିବା ପାଇଁ ଆମେରିକାରୁ ଡିଏନଏ ଟେଷ୍ଟ ପାଇଁ ମଧ୍ୟ କିଟ ମଗାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com