ଅନ୍ୟାନ୍ୟ

ରୁଷ ବିରୋଧରେ ବନ୍ଧୁକ ଧରିଲେ ଭାରତୀୟ ଯୁବକ, ୟୁକ୍ରେନ ସେନାରେ ହେଲେ ସାମିଲ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହାରି ଭିତରେ ଜଣେ ଭାରତୀୟ ନାଗରିକ ୟୁକ୍ରେନ ସେନାରେ ସାମିଲ ହୋଇ ରୁଷ ବିରୋଧରେ ବନ୍ଧୁକ ଧରିଥିବା ଖବର ସାମ୍ନାକୁ ଆସିଛି । ଯୁବକ ଘର ତାମିଲନାଡୁର କୋଏମ୍ୱଟୁର ଥିବା ଜଣାପଡିଛି। ଯୁବକକୁ ଅନେ ଏକ କଥା ମଧ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁସାରେ ଯୁବକ ଜଣକ ଭାରତୀୟ ସେନାରେ ସାମିଲ ହେବା ପାଇଁ ଦୁଇ ଥର ପ୍ରୟାସ କରିଥିଲେ କିନ୍ତୁ ବିଫଳ ହୋଇଥିଲେ।

ଯୁବକଙ୍କ ନାଁ ସେନିକେଶ ରବିଚନ୍ଦ୍ରନ ଏବଂ ୨୦୧୮ରେ ପାଠ ପଢିବା ପାଇଁ ୟୁକ୍ରେନ ଯାଇଥିଲେ। ୨୧ ବର୍ଷିୟ ରବିଚନ୍ଦ୍ରନ ଖାରକିଭ୍ ନ୍ୟାସନାଲ ଏୟରୋସ୍ପେସ ଇଞ୍ଜିନିୟରିଂର ଛାତ୍ର । ଚଳିତ ବର୍ଷ ଜୁଲାଇ ମାସରେ ତାଙ୍କର ପାଠ ପଢା ଶେଷ ହୋଇଥାନ୍ତା, କିନ୍ତୁ ଏହା ପୂର୍ବରୁ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହାପରେ ରବିଚନ୍ଦ୍ରନ ୟୁକ୍ରେନ ସେନାରେ ସାମିଲ ହୋଇଥିଲେ। ମାମଲାର ତଦନ୍ତ କରୁଥିବା ଜଣେ ଇନସ୍ପେକ୍ଟର କହିଛନ୍ତି, କିଛି ଦିନ ପୂର୍ବେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ ୟୁକ୍ରେନ ସେନାର ସାମିଲ ହେବା ଉଦ୍ଦେଶ୍ୟ ସମ୍ପର୍କରେ ରବିଚନ୍ଦ୍ରନଙ୍କ ବାପା-ମାଆଙ୍କ କଥା ହୋଇଥିଲେ।

ପୋଲିସ ରିପୋର୍ଟ ଅନୁସାରେ, ମିଡିଆ ରିପୋର୍ଟକୁ ଆଧାର କରି ଯୁବକଙ୍କ ପରିବାରକୁ ଏନେଇ ଅବଗତ କରାଯାଇଥିଲା । ରବିଚନ୍ଦ୍ରନକୁ ଭେଟିବାକୁ ଯାଇଥିବା ଗୁଇନ୍ଦା ଅଧିକାରୀମାନେ ଏନେଇ ସ୍ପଷ୍ଟ କରିଥିବା କୁହାଯାଇଥିଲା। ତେବେ ପରିବାର ଲୋକଙ୍କ କହିବା କଥା ରବିଚନ୍ଦ୍ରନଙ୍କ ସେନା ପ୍ରତି ଥିଲା ଦୁର୍ବଳତା। ଏହି କାରଣରୁ ଭାରତୀୟ ସେନାରେ ସାମିଲ ହେବା ପାଇଁ ଦୁଇ ଥର ପ୍ରୟାସ କରିଥିଲେ, କିନ୍ତୁ ଉଚ୍ଚତା କମ ଥିବାରୁ ସେ ବିଫଳ ହୋଇଥିଲେ ।

ତେବେ ରବିଚନ୍ଦ୍ରନଙ୍କ ମାଆ ଲକ୍ଷ୍ମୀ ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି ଏହା କଷ୍ଟ ଦାୟକ । ମୋ ପୁଅର ଘରକୁ ଫେରିବା ବାଟକୁ ଅପେକ୍ଷା କରି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com