Featuredଅନ୍ତର୍ଜାତୀୟ

ମସ୍କଙ୍କ ଅଧିଗ୍ରହଣ ପରେ ହ୍ରାସ ପାଇଛି ଟ୍ୱିଟର ମୂଲ୍ୟ

ଅଧା ହୋଇଯାଇଛି ଟ୍ୱିଟରର ମୂଲ୍ୟ । ମସ୍କଙ୍କ ତରଫରୁ କର୍ମଚାରୀଙ୍କୁ ପଠାଯାଇଥିବା ଏକ ଇଣ୍ଟରନାଲ ମେଲରେ ଏହି କଥାର ଖୁଲାସା କରାଯାଇଛି । ଏହି ଖବର ସେତେବେଳେ ଆସିଛି ଯେତେବେଳେ ମସ୍କ ଟ୍ୱିଟରକୁ ଲାଭଦାୟକ କରିବା ପାଇଁ ଅନେକ ବଡ ପରିବର୍ତ୍ତନ କରୁଛନ୍ତି ।

ଏଏଫପିର ଏକ ରିପୋର୍ଟରେ କୁହାଯାଇଛି ଯେ, ଟ୍ୱିଟରର ବର୍ତ୍ତମାନ ମୂଲ୍ୟ ୨୦ ବିଲିୟନ ଡଲାରରେ ପହଁଚିଛି । ଯାହାକି ପାଞ୍ଚ ମାସ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମର ଅଧିଗ୍ରହଣ ପାଇଁ ସେମାନେ ଦେଇଥିବା ୪୪ ବିଲିୟନ ଡଲାରର ଅଧାରୁ କମ ହୋଇଥାଏ । ତେବେ ଏହି ନୂତନ ଷ୍ଟକ୍ କ୍ଷତିପୂରଣ କାର୍ଯ୍ୟକ୍ରମ ପାଇଁ ଏହି ମେଲ କର୍ମଚାରୀ ମାନଙ୍କୁ ପଠାଯାଇଥିଲା ।

ଆଭ୍ୟନ୍ତରୀଣ ମେଲରେ ଟ୍ୱିଟରର ମୂଲ୍ୟ ହ୍ରାସ ହେବାର କାରଣ ମଧ୍ୟ ମସ୍କ କହିଛନ୍ତି। ତାଙ୍କ ମେଲରେ କୁହାଯାଇଛି ଯେ, ଟ୍ୱିଟର ବର୍ତ୍ତମାନ କଷ୍ଟକର ସମୟ ଦେଇ ଗତି କରୁଛି। କମ୍ପାନୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି। ଏକ ସମୟରେ ଏହା ସ୍ଥିର ହେଲା ଯେ, କମ୍ପାନୀ ଦେବାଳିଆ ହେବାକୁ ଯାଉଛି। ଏହା ସହିତ ସେ କହିଛନ୍ତି ଯେ, ବର୍ଷରେ ୧.୫ ବିଲିୟନ ଡ଼ଲାରର ଆୟ ହ୍ରାସ ପାଇଛି ଏବଂ କମ୍ପାନୀ ଉପରେ ଋଣ ଭାର ମଧ୍ୟ ବୃଦ୍ଧି ପାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com