ଓଡ଼ିଶା

ଏଣିକି ସରକାରୀ ଇଞ୍ଜିନିୟରିଂ କଲେଜରେ ଶିକ୍ଷକ ନିଯୁକ୍ତି କରିବ ଓପିଏସସି

ଭୁବନେଶ୍ୱର, ୧୫ /୧୦/୨୦୨୨-   ଏଣିକି ଓଡ଼ିଶା ଲୋକ ସେବା ଆୟୋଗ  ବା ଓପିଏସସି ସରକାରୀ ଇଞ୍ଜିନିୟରିଂ କଲେଜରେ ଶିକ୍ଷକ ନିଯୁକ୍ତି କରିବ । ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅଧିନରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜର ବିଭିନ୍ନ ଶିକ୍ଷକ ପଦବୀ ଚୟନରେ ବ୍ୟାପକ ସଂସ୍କାର ଅଣାଯାଇଛି । ଏଥିପାଇଁ ଏକ କମିଟି ଗଢ଼ାଯିବ । ଏହି ଶିକ୍ଷକ ଚୟନ କମିଟିରେ ରାଜ୍ୟ ଓ ରାଜ୍ୟ ବାହାରର ବିଶେଷଜ୍ଞ ରହିବେ । ଉଚ୍ଚଶିକ୍ଷା ବିଭାଗ ଭଳି ବୈଷୟିକ ଶିକ୍ଷା ବିଭାଗର ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଯୋଗ୍ୟ ଓ ଦକ୍ଷତାସମ୍ପନ୍ନ ଶିକ୍ଷକ ନିଯୁକ୍ତି ପାଇବେ । କର୍ତ୍ତୃପକ୍ଷ ପୂର୍ବ ଭଳି ଶିକ୍ଷକଙ୍କୁ ନିଯୁକ୍ତି ଦେଇପାରିବେ ନାହିଁ । ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବୀ ପାଇଁ ଉଭୟ ପରୀକ୍ଷା ଓ ସାକ୍ଷାତକାର ପରିଚାଳନା ମଧ୍ୟ ଓପିଏସସି କରିବ ।

ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ କଲେଜ ଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା କରାଯିବ ।  ଉଭୟ ପରୀକ୍ଷା ଓ ଇଣ୍ଟରଭ୍ୟୁ ଆଧାରରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ । ଆଗକୁ ଠିକା ଅଧ୍ୟାପକ ବଦଳରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ଏ ବାବଦରେ ରାଜ୍ୟର ସମସ୍ତ ସରକାରୀ ଇଞ୍ଜିନିୟରିଂ କଲେଜକୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଚିଠି ଲେଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com