ଓଡ଼ିଶା

ପୌର ନିର୍ବାଚନ: ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଘୋଷଣା କଲେ ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ୱର() ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମା ଧାର୍ଯ୍ୟ କରାଯାଇଛି । ପୂର୍ବାପେକ୍ଷା ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମାକୁ ବଢ଼ାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଖର୍ଚ୍ଚ ସୀମା ସମ୍ପର୍କରେ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏନେଇ ନୋଟିଫିକେସନ୍ ଜାରି କରାଯାଇଛି । ଏହି ନୋଟିଫିକେସନ୍ ଉଭୟ କାଉନ୍ସିଲର୍ ଓ ଚେୟାରପର୍ସନଙ୍କ ପାଇଁ ଜାରି ହୋଇଛି ।

ନୋଟିଫିକେସନ୍ ଅନୁସାରେ, ମ୍ୟୁନିସିପାଲ୍ କର୍ପୋରେସନ୍ ଅଞ୍ଚଳ ପାଇଁ କାଉନ୍ସିଲର୍ ମାନେ ଅଧିକାଂଶ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ସେହିପରି ଚେୟାରପର୍ସନ ମାନେ ମ୍ୟୁନିସିପାଲ୍ ଅଞ୍ଚଳରେ ପ୍ରଚାର ପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଏତଦ୍ ବ୍ୟତୀତ କାଉନ୍ସିଲର୍ ମାନେ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ୫୦ ହଜାରରୁ ଲକ୍ଷେ ଜନସଂଖ୍ରା ବିଶିଷ୍ଟ ଅଞ୍ଚଳରେ ପ୍ରଚାର ପାଇଁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ଏହାସହିତ ୧ ଲକ୍ଷ ଜନସଂଖ୍ୟାରୁ ଅଧିକ ଲୋକବସବାସ କରୁଥିବା ଅଞ୍ଚଳରେ ଖର୍ଚ୍ଚ କରିପାରିବେ ୧ ଲକ୍ଷ ଟଙ୍କା ।

ସେହିପରି ଯଦି ଚେୟାରପର୍ସନଙ୍କ କଥା କହିବା ତାହେଲେ ୫୦ ହଜାର ଜନସଖ୍ୟା ବିଶିଷ୍ଟ ଅଞ୍ଚଳରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ୫୦ ହଜାରୁ ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ଖର୍ଚ୍ଚ ସୀମା ୩ ଲକ୍ଷ ଟଙ୍କା ରଖାଯାଇଛି ଓ ଲକ୍ଷେରୁ ଅଧିକ ଲୋକ ରହୁଥିବା ଇଲାକା ପାଇଁ ଖର୍ଚ୍ଚ ସୀମା ରହିଛି ୫ ଲକ୍ଷ ଟଙ୍କା ।

Related Articles

Back to top button
WP Twitter Auto Publish Powered By : XYZScripts.com