ଅନ୍ୟାନ୍ୟ

କଲେଜିୟମ ବ୍ୟବସ୍ଥାରେ ସ୍ଵଚ୍ଛତା ନାହିଁ : କିରନ ରିଜିଜୁ

ନୂଆଦିଲ୍ଲୀ, ୨୬/୧୧/୨୦୨୨-  କଲେଜିୟମ ବ୍ୟବସ୍ଥାକୁ ସମ୍ବିଧାନର ବିରୋଧୀ ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ । କଲେଜିୟମ ବ୍ୟବସ୍ଥାରେ ଅନେକ ଦୁର୍ବଳତା ରହିଛି । ଏନେଇ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଥିବା କଲେଜିୟମ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରନ । ସୁପ୍ରିମକୋର୍ଟ ନିଜେ କଲେଜିୟମ ବ୍ୟବସ୍ଥା କରିଥିଲେ । ୧୯୯୧ ପୂର୍ବରୁ ଏପରି କୌଣସି ବ୍ୟବସ୍ଥା ନ ଥିଲା । ସମସ୍ତ ବିଚାରପତିଙ୍କୁ ସରକାର ନିଯୁକ୍ତ ଦେଉଥିଲେ । ସମସ୍ତଙ୍କ ପାଇଁ ସମ୍ବିଧାନ ହେଉଛି ଏକ ‘ପବିତ୍ର ଗ୍ରନ୍ଥ’। କୋର୍ଟ କିମ୍ବା କିଛି ବିଚାରପତିଙ୍କ ନିଷ୍ପତ୍ତି ଲାଗି ସମ୍ବିଧାନ ବିରୋଧୀ ବ୍ୟବସ୍ଥାକୁ କିପରି ଗ୍ରହଣ କରାଯିବ । ଏହି ନିଷ୍ପତ୍ତିକୁ ଦେଶ କେମିତି ସ୍ବୀକାର କରିବ । ପ୍ରତ୍ୟେକ ବିଚାରପତି ଠିକ୍‌ ବୋଲି ଭାବିବା ଭୁଲ୍‌ । କିନ୍ତୁ ନ୍ୟାୟପାଳିକା ବ୍ୟବସ୍ଥାରେ ପ୍ରତ୍ୟେକ ରାୟ ଠିକ୍‌ ବୋଲି ଭାବିବାକୁ ପଡେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଦାଲତଙ୍କ ନିର୍ଦ୍ଦେଶ କିମ୍ବା ନ୍ୟାୟପାଳିକା ନିଷ୍ପତ୍ତିକୁ କେହି ବି ଅସମ୍ମାନ କରିବାର ପ୍ରଶ୍ନ ଉଠୁନାହିଁ।

ଦେଶରେ ବଢୁଥିବା ମାମଲା ଉପରେ ସରକାର କଲେଜିୟମ କରିଥିବା ସୁପାରିସକୁ ପକେଇ ରଖୁଥିବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହା ଉପରେ ସେ କହିଛନ୍ତି ଯେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ କଲେଜିୟମ ପ୍ରସ୍ତାବ ସୁପାରିସ କରିବା ପରେ ସରକାରଙ୍କ କାମ ଆରମ୍ଭ ହୋଇଥାଏ।  ସରକାର ଏହି ବ୍ୟବସ୍ଥାକୁ ୧୯୯୧ରୁ ଏ ପର୍ଯ୍ୟନ୍ତ ସମ୍ମାନ ଦେଇ ଆସୁଛନ୍ତି । ଏହା ପରିବର୍ତ୍ତେ ଭଲ ବ୍ୟବସ୍ଥା ଆସି ପାରିଥାନ୍ତା । ସର୍ବସମ୍ମତି କ୍ରମେ ସଂସଦ କଲେଜିୟମ ବ୍ୟବସ୍ଥା ପରିବର୍ତ୍ତେ ”ନ୍ୟାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ କମିଶନ” ଆଇନକୁ ମଞ୍ଜୁରି ଦେଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ ।

କେବଳ କଲେଜିୟମ ସୁପାରିସରେ ବିଚାରପତି ନିଯୁକ୍ତି କଲେ ସରକାରଙ୍କ ଭୂମିକା କ’ଣ ରହିବ । ଏହା ବିରୋଧରେ ଲୋକେ ପ୍ରଶ୍ନ ଉଠାଉଛନ୍ତି। ଏହି ବ୍ୟବସ୍ଥାରେ ସ୍ଵଚ୍ଛତା ନାହିଁ । ଏଥିନେଇ ଉତ୍ତରଦାୟୀ ମଧ୍ୟ ଧାର୍ଯ୍ୟ କରାଯାଇ ନାହିଁ । ସରକାର ଫାଇଲ୍ ଧରି ବସି ଯାଇଛନ୍ତି ବୋଲି ଯେମିତି କେହି କହିପାରିବେ ନାହିଁ । ତେବେ ସରକାରଙ୍କ ପାଖକୁ ଫାଇଲ୍‌ ପଠାନ୍ତୁନି । ନିଜେ ନିଯୁକ୍ତି କରୁଛନ୍ତି ଏବଂ ନିଜେ ଚଳାଉଛନ୍ତି, ବ୍ୟବସ୍ଥା କାର୍ଯ୍ୟ କରୁନାହିଁ। କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ଏକାଠି କାମ କରିବା ଜରୁରୀ।

Related Articles

Back to top button
WP Twitter Auto Publish Powered By : XYZScripts.com