ଅନ୍ୟାନ୍ୟ

ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଆରଏସ ଏବଂ ବିଜେଡି କର୍ମୀ ମାରପିଟ

ବ୍ରହ୍ମପୁର, ୩୦ /୦୯/୨୦୨୨-    ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ଦିନକୁ ଦିନ ଅଶାନ୍ତି ବାତାବରଣ ସୃଷ୍ଟି ହେଉଛି । ବିଗତ ଦିନରେ ଜଣେ ସୂଚନା ଅଧିକାର କର୍ମୀ ବିଶମ୍ବର ପାତ୍ରଙ୍କୁ ଅପହରଣ ଏବଂ ସେ ଘଟଣାର ଅଭିଯୁକ୍ତଙ୍କୁ ପୁଲିସ ଘଣ୍ଟ ଘୋଡାଇବା ଘଟଣା, ବ୍ଲକ ପରିସରରେ ଜିଆରଏସ କୁ ଭିଜିଲାନ୍ସ ଚଢ଼ାଉ,ପରେ ପୁଣି ଗୁରୁବାର ଅପରାହ୍ନ ବେଳେ ବ୍ଲକ ପରିସରରୁ ଜିଆରଏସ ଆଉ ବିଜେଡ଼ି କର୍ମୀ ମଧ୍ୟରେ ହାତାହାତି । ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ଜିଆରଏସ ଏବଂ ଜଣେ ବିଜେଡି କର୍ମୀ ମଧ୍ୟରେ ମାରପିଟ ହୋଇଛି । ଏଥିରେ ଗୋଳନ୍ଥରା ପଂଚାୟତର ଚଟି ଛକର ବିଜେଡି କର୍ମୀ ସନ୍ତୋଷ ପ୍ରଧାନ ଆହତ ହୋଇଥିବା ଜଣାପଡିଛି ।

ଗୁରୁବାର ଅପରାହ୍ନ ଗୋଟାଏ ବେଳେ ଗୋଳନ୍ଥରା ପଞ୍ଚାୟତର ଜିଆରଏସ ରାକେଶ କୁମାର ସାମନ୍ତ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମୟରେ ସନ୍ତୋଷ ସେଠାରେ ପହଂଚି ସେ ମନରେଗାରେ କାମ କରିଥିବା ମାଷ୍ଟର ରୋଲ ମାଗିଥିଲେ l ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ମାରପିଟ ହୋଇଥିଲା l ଏଥିରେ ରାକେଶଙ୍କ ମାଡ଼ରେ ସନ୍ତୋଷର ନାକ ଫାଟିଯିବା ସହ ସେ ଆହତ ହୋଇଥିଲେ l ବ୍ଲକ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କର୍ମଚାରୀ, ଯନ୍ତ୍ରୀ ସହ ରାଜନେତ୍ରୀଙ୍କ ଉପସ୍ଥିତିରେ ଏଭଳି ଘଟଣାରେ କିଛି ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉପସ୍ଥିତ ଥିବା ଲୋକେ ସନ୍ତୋଷକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ l

ଏ ନେଇ ସନ୍ତୋଷଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ  ୩୫୭/୨୨ରେ ଏକ ମାମଲା ରୁଜୁ କରିଛି l ଅନ୍ୟ ପଟେ ଜିଆରଏସ ରାକେଶଙ୍କ ପକ୍ଷରୁ ପାଲଟା ଅଭିଯୋଗ କରାଯିବା ସହ ପୋଲିସ ୩୫୮/୨୨ ରେ ଏକ ମାମଲା ରୁଜୁ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com