ଅନ୍ୟାନ୍ୟ

ଗେଷ୍ଟ ହାଉସରେ ଚାଲିଥିଲା ସେକ୍ସ ରାକେଟ୍ ; ଧରିଲା ପୋଲିସ

ଭୁବନେଶ୍ୱର, ୦୧/୧୧/୨୦୨୨ –   ଗେଷ୍ଟହାଉସରେ ଚାଲିଥିଲା ସେକ୍ସ ରାକେଟ । ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘଦିନ ଧରି ଚାଲିଥିବା ଏହି ରାକେଟର ପର୍ଦାଫାଶ କରିଛନ୍ତି ଖୋଦ ବ୍ରହ୍ମପୁର ଏସପି । ବ୍ରହ୍ମପୁର ଟାଟାବେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟାପାର । ଗତକାଲି ରାତିରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନିଜେ ଏସପି ବାଇକ ଯୋଗେ ଘଟଣାସ୍ଥଳକୁ ଯାଇଥିଲେ ।

ଗେଷ୍ଟହାଉସରେ ଚଢାଉ ପରେ ଗୋଷାଣୀ ନୂଆଗାଁ ଓ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ଗେଷ୍ଟହାଉସ ଭିତରୁ ୧୦ ଜଣ ଗ୍ରାହକ ଓ ୪ ଜଣ ଦେହଜୀବୀଙ୍କୁ ଆଣି ପଚରାଉଚରା କରୁଛି । ତେବେ ଏହି ସେକ୍ସ ରାକେଟ୍ କିଏ ଚଲାଉଥିଲା ଓ ରାକେଟର ଚେର କେତେ ଲମ୍ବା ସେନେଇ ପୋଲିସ ଖୋଳତାଡ଼ କରୁଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com