ଅନ୍ୟାନ୍ୟ

ଷଷ୍ଠଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହେଲେ ବେଞ୍ଜାମିନ ନେତନ୍ୟାହୁ

 ଭୁବନେଶ୍ୱର, ୩୦/୧୨/୨୦୨୨-   ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଲିକୁଡ ପାର୍ଟିର ନେତା ବେଞ୍ଜାମିନ ନେତନ୍ୟାହୁ । ୭୩ ବର୍ଷୀୟ ନେତନ୍ୟାହୁ  ଷଷ୍ଠଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ଇସ୍ରାଏଲରେ ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ନେତା ହୋଇଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ପରେ ନେତନ୍ୟାହୁ ଇସ୍ରାଏଲର ସଂସଦ ନେସେଟରେ ବିଶ୍ୱାସ ମତ ମଧ୍ୟ ଜିତିଛନ୍ତି । ମୋଟ ୧୨୦ ସାଂସଦ ମାନଙ୍କ ମଧ୍ୟରୁ ୬୩ ନୂଆ ସରକାର ପକ୍ଷରେ ଭୋଟ ଦେଇଥିଲେ । ୫୪ ସାଂସଦ ବିପକ୍ଷରେ ଭୋଟ ଦେଇଥିଲେ । ନେତନ୍ୟାହୁ ନିଜ କ୍ୟାବିନେଟରେ ୩୧ ମନ୍ତ୍ରୀ ଏବଂ ୩ ଉପମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି । ଇସ୍ରାଏଲରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଏବେ ଥମିବ ବୋଲି ଆଶା କରାଯାଉଛି । କାରଣ ୨୦୧୯ରୁ ଏପର୍ଯ୍ୟନ୍ତ ଏଠାରେ ପାଞ୍ଚଟି ସାଧାରଣ ନିର୍ବାଚନ ହୋଇ ସାରିଲାଣି ।

Related Articles

Back to top button
WP Twitter Auto Publish Powered By : XYZScripts.com