ଅନ୍ୟାନ୍ୟ

ବିଦ୍ୟାର୍ଥୀଙ୍କ ଅସନ୍ତୋଷ ପରେ ବିଜ୍ଞପ୍ତିକୁ ପ୍ରତ୍ୟାହାର କଲେ ରେଭେନ୍ସା କର୍ତ୍ତୃପକ୍ଷ

କଟକ, ୨୧/୧୦/୨୦୨୨ –   କଲେଜରେ ଶାନ୍ତି ଶୃଙ୍ଖଳା ଏବଂ ଏକ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ରେଭେନ୍ସା ମହାବିଦ୍ୟାଳୟ କଠୋର ଆଇନ ପ୍ରଣୟନ କରିଛନ୍ତି । ନୂଆ ନିୟମ ଅନୁଯାୟୀ ଏଣିକି ଛାତ୍ରଛାତ୍ରୀମାନେ କୌଣସି ଦାବି ହାସଲ ପାଇଁ  କ୍ୟାମ୍ପସ ମଧ୍ୟରେ ହୋ ହାଲ୍ଲା, ହିଂସାତ୍ମକ ଆଚରଣ ପ୍ରଦର୍ଶନ , ଆମରଣ ଅନଶନ , ଗେଟ୍ ଆଗରେ ଧାରଣା ମଧ୍ୟ ଦେଇପାରିବେ ନାହିଁ କିମ୍ବା ଆନ୍ଦୋଳନ କରିପାରିବେ ନାହିଁ । କ୍ୟାମ୍ପସ ମଧ୍ୟରେ ନିଶା ଦ୍ରବ୍ୟର ସେବନ ଉପରେ ସମ୍ପୂର୍ଣ୍ଣ  କଟକଣା ଲାଗିଛି । ଏହା ସହ ଶ୍ରେଣୀ ଗୃହରେ ଅଡିଓ କିମ୍ବା ଭିଡ଼ିଓ ରେକର୍ଡ ପାଇଁ ମୋବାଇଲ ବ୍ୟବହାରକୁ ଧର୍ତ୍ତବ୍ୟ ଅପରାଧ ଭାବେ ଧରାଯିବ ।

ଯେଉଁଠି ବି କର୍ତ୍ତୃପକ୍ଷ କିମ୍ବା ସ୍ୱୀକୃତିପ୍ରାପ୍ତ କର୍ମଚାରୀ ପରିଚୟ ପତ୍ର ମାଗିବେ, ସେ ସ୍ଥାନରେ ତତ୍‌କ୍ଷଣାତ ଦେଖାଇବାକୁ ହେବ । ଯଦି କେହି ଏହାକୁ ନ ମାନନ୍ତି  ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଶ୍ୱବିଦ୍ୟାଳୟରୁ ବାସନ୍ଦ ହେବା ସହ ଅର୍ଥଦଣ୍ଡ ଓ ବହିଷ୍କାର କରାଯିବ ନିର୍ଦ୍ଦେଶ ଦିଆଯାଇଛି । ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀମାନେ ମୋଟର ସାଇକେଲ୍ ଚଲାଇ ପାରିବେ ନାହିଁ। ଏଥିଲାଗି ହଷ୍ଟେଲରେ ଆଡମିଶନ ବେଳେ ଛାତ୍ରଛାତ୍ରୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ହେବ। ଖରାପ ବ୍ୟବହାର, ସୁରକ୍ଷାରେ ଆଞ୍ଚ ଓ ହିଂସାତ୍ମକ ଆଚରଣ କଲେ ଛାତ୍ରଛାତ୍ରୀଙ୍କ ବିରଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଥିଲା ।

ସେପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିଦ୍ୟାର୍ଥୀ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଛାତ୍ର ଆନ୍ଦୋଳନ ଚେତାବନୀ ପରେ ୨୪ ଘଣ୍ଟା ନପୂରୁଣୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ ।

 

Related Articles

Back to top button
WP Twitter Auto Publish Powered By : XYZScripts.com