ଅନ୍ୟାନ୍ୟ

ଜୟନାରାୟଣ ମିଶ୍ରଙ୍କ ବହିଷ୍କାର ଦାବି କଲା ବିଜେଡି

ଭୁବନେଶ୍ୱର, ୧୬/୦୨/୨୦୨୩ –    ମହିଳା IICଙ୍କୁ ଦୁର୍ବ୍ୟବହାର ପରେ  ଜୟନାରାୟଣ ମିଶ୍ରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ । PMGରେ ଶହ ଶହ ମହିଳା ଯୋଗ ଦେଇ ଜୟନାରାୟଣଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରଥିଲେ । ଆଇନ ଅନୁଯାୟୀ ଜୟନାରାୟଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ବିଜେପି ତାଙ୍କୁ ଦଳରୁ ବହିଷ୍କାର କରୁ ବୋଲି ବିଜୁ ମହିଳା ଜନତା ଦଳ କହିଛି ।

ମହିଳାଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାରକୁ କଡ଼ା ସମାଲୋଚନା କରିଛନ୍ତି । ଜୟନାରାୟଣ ସବୁ ସୀମା ଉଲଘଂନ କରିଛନ୍ତି । ଏଥିସହ ଜୟନାରାୟଣଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ଜଣେ କାର୍ଯ୍ୟରତ IICଙ୍କୁ ଯେଉଁଭଳି ଭାବେ ଧକ୍କା ମାରିଛନ୍ତି ତାହା ଅତି ଲଜ୍ଜାଜନକ ବୋଲି କହିଛି ବିଜେଡି ।

Related Articles

Back to top button
WP Twitter Auto Publish Powered By : XYZScripts.com